Monday , March 20 2023
Breaking News
Home / ବିଶେଷ / ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଙ୍କ ଶ୍ରାଦ୍ଧୋତ୍ସବ ପାଳିତ 

ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଙ୍କ ଶ୍ରାଦ୍ଧୋତ୍ସବ ପାଳିତ 

ରଘୁନାଥପୁର,୧୫/୦୩/୨୦୨୧(ଓଡ଼ିଶା ସମାଚାର)-ମହାନ ସ୍ୱାଧୀନତା ସଂଗ୍ରାମୀ ମାଳତି ଚୌଧୁରୀଙ୍କର ଶ୍ରାଦ୍ଧୋତ୍ସବ ଜାତୀୟ ଭାଷା ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ରଘୁନାଥପୁର ସ୍ଥିତ ମହାତ୍ମାଗାନ୍ଧି ସଭା କକ୍ଷରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଡେପୁଟି ସେକ୍ରେଟାରୀ ରବିନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ମାଳତୀ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଗର୍ବ ଓ ଗୌରବ ବୋଲି କହିଥିଲେ । ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇ ମାଳତୀ ଚୌଧୁରୀ ନିଶା ନିବାରଣ ଏବଂ ଲୁଣମରା କାର୍ଯ୍ୟରେ ଏବଂ ସମାଜବାଦ ଆନ୍ଦୋଳନ, ଚାଷୀ ଆନ୍ଦୋଳନ, ନିଶା ନିବାରଣ, ପ୍ରଜା ମଣ୍ଡଳ ଆନ୍ଦୋଳନ, ଭୂଦାନ ଆନ୍ଦୋଳନ, ନାଗରୀକ ସୁରକ୍ଷା ଆନ୍ଦୋଳନରେ ନେତୃତ୍ୱ ନେବା ସହିତ  ପ୍ରଥମ ମହିଳା ଭାବେ ଇଂରେଜ ସରକାରଙ୍କର ତାଗିଦକୁ ବେଖାତିର କରି ଯୋଗଦେଇଥିଲେ ।  ଏଥିରେ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଯଦୁନାଥ ଜେନା, ସ୍ୱାମୀ ଅରୁପାନନ୍ଦ କଲେଜ ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ, ଅଧ୍ୟାପକ ଭଗବାନ ବିଶ୍ୱାଳ, ପୂର୍ବତନ ବିଆରସିସି ଶଦାଶିବ ବିଶ୍ୱାଳ, ଶିକ୍ଷାବିତ ପ୍ରାଣକୃଷ୍ଣ ନାୟକ, ସଂପାଦକ ଅଧ୍ୟାପକ ଆଶିଷ ଚକ୍ରବର୍ତୀ, ଆଇନଜୀବି ଏମ୍ଏନ୍ ହର୍ଷ ବର୍ଦ୍ଧନ, ରାଜ୍ୟ ଶିକ୍ଷକ ନେତା ଜୟ ପ୍ରକାଶପଣ୍ଡା, ବ୍ଲକ ଶିକ୍ଷକ ନେତା ଉମେଶ ଚନ୍ଦ୍ର ନାୟକ, ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର,  ବ୍ଲକ ଶିକ୍ଷକ ନେତା ନିର୍ମଳେନ୍ଦୁ ସୋମ୍ ପ୍ରମୁଖ ଯୋଗଦେଇ  ମାଳତି ଚୌଧୁରୀଙ୍କ ଦେଶଭକ୍ତି ଓ ତ୍ୟାଗପୁତ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.