ତାରପୁର, ୧୫/୦୩/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତଗର୍ତ ଏରଡଙ୍ଗା ଗ୍ରାମ ପଂଚାୟତର ପାଣ୍ଡରା ଗ୍ରାମର ୬ନଂ ଓାର୍ଡ ର ପୂର୍ବତନ ଓର୍ାଡସଭ୍ୟ ଝରିଚରଣ ଖଟୁଆ (୧୦୪) ତଥା ଗ୍ରାମର ବିଶିଷ୍ଟ ମୂରବି ସମାଜସେବିି ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଗ୍ରାମରେ ଶୋକରେ ଛାୟା ଖେଳିଯାଇଥିଲା । ଏରଡ଼ଙ୍ଗା ଗ୍ରାମ ପଂଚାୟତର ସରପଂଚ ଛବିଲତା ମହାନ୍ତି, ଛପଡା ପଂଚାୟତ ସରପଂଚ ବିଜୟସ୍ୱାଇଁ, ପୂର୍ବତନ ସମିତିସଭ୍ୟ ଖୋକନ ରାୟ, ସମିତିସଭ୍ୟା କାଦମ୍ବିନି ସ୍ୱାଇଁ, ଯୁବନେତା ରମାକାନ୍ତ ଭୋଇ, ଶୁକଦାଶ, ରମାକାନ୍ତ ଦାସ, ଏରଡଙ୍ଗାର ଯୁବନେତା ଦିପ୍ତିରଞ୍ଜନ ଖଟୁଆ, ୱାର୍ଡ଼ ସଭ୍ୟ ସିତାରାଣି ଖଟୁଆ, ସୁକାନ୍ତ ବିଶ୍ୱାଳ, ପଂଚାନନ ଖଟୁଆ, କୃଷ୍ଣମୋହନ ବେହେରା, ଗିରିଗୋବଦ୍ଧନ ଖଟୁଆ,ଗୋପାଳ ଖଟୁଆ, ଦିଲିପ ଖଟୁଆ ,ବୈରାଗୀ ଖଟୁଆ,ଲୋକେଶ ଖଟୁଆ ପ୍ରମୁଖ ଶେଷ ଦର୍ଶନ କରିଥିଲେ । ଗ୍ରାମ ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା ବେଳେ ଜ୍ୟେଷ୍ଠ ପୁତ୍ର ବୈଦ୍ୟନାଥ ଖଟୁଆ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର