କେନ୍ଦ୍ରାପଡ଼ା, ୧୫/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବେନଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜନୈକ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ସୁନା କେନ୍ଦ୍ରାପଡ଼ା ସହରର ଏକ ସୁନା ଦୋକାନରୁ ଜବତ ହୋଇଥିବା ସୂଚନା ମିଳିଛି । ଏହି ସୁନା ଚୋରୀରେ ସଂପୃକ୍ତ ଥିବା ୩ଜଣଙ୍କୁ ଟାଉନ ଥାନା ପୋଲିିସ ଗିରଫ କରିଥିବା ମଧ୍ୟ ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟ ତୁଳସୀ ବଜାରର ସୁଧାଂଶୁ ଜୁଏଲାରୀ ୱାର୍କସ୍ ର ମାଲିକ ନବୀନ ସାହୁ ଓ ଭୁବନେଶ୍ୱରରୁ ଆଣି ଚୋରା ସୁନା ବିକ୍ରି କରିଥିବା ଦୁଇ ଅଭିଯୁକ୍ତ । ଲକ୍ଷ୍ମିସାଗର ଥାନା ପୋଲିସ କେନ୍ଦ୍ରାପଡ଼ାରେ ପହଂଚି କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ସହାୟତାରେ ଅଭିଯୁକ୍ତମାନଙ୍କୁ ଗିରଫ କରି ଭୁବନେଶ୍ୱର ନେଇଯାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଇ ବମିଖାଲ ଅଂଚଳର ରାଜେଶ ପଣ୍ଡା ନାମକ ଜନୈ÷କ ବ୍ୟକ୍ତିଙ୍କ ଘରୁ ୧୦ ଗ୍ରାମ ଓଜନର ଏକ ସୁନା ବ୍ରେସଲେଟ୍ ଚୋରି ହୋଇଥିଲା । ଏ ସମ୍ପର୍କରେ ରାଜେଶ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀସାଗର ଥାନା ପୋଲିସ ରବିବାର ପୂର୍ବାହ୍ଣରେ କେନ୍ଦ୍ରାପଡ଼ାରେ ପହଂଚିବା ପରେ ଚୋରା ସୁନା ବିକ୍ରି କରୁଥିବା ଦୁଇ ଅଭିଯୁକ୍ତଙ୍କ ସମେତ ଦୋକାନ ମାଲିକଙ୍କୁ ଗିରଫ କରି ଭୂବନେଶ୍ୱର ନେଇଯାଇଛି । ଓଡ଼ିଶା ସମାଚାର