Tuesday , March 28 2023
Home / ବ୍ୟବସାୟ ବାଣିଜ୍ୟ / ଭାରତ ପେ ଭୁବନେଶ୍ୱରରେ ଏହାର କାରବାର ଆରମ୍ଭ କଲା

ଭାରତ ପେ ଭୁବନେଶ୍ୱରରେ ଏହାର କାରବାର ଆରମ୍ଭ କଲା

ଭୁବନେଶ୍ୱର, ୧୫/୦୩/୨୦୨୧(ଓଡ଼ିଶା ସମାଚାର)-ଭାରତରେ ମର୍ଚ୍ଚାଂଟ୍ ଙ୍କ ପାଇଁ କାର୍ଯ୍ୟ କରୁଥିବା ଅଗ୍ରଣୀ ଫିନଟେକ୍ କମ୍ପାନୀ ଭାରତପେ ଭୁବନେଶ୍ୱର ରେ ଏହାର ଆର୍ଥିକ କାରବାର ଆରମ୍ଭ ସମ୍ପର୍କରେ ଘୋଷଣା କରିଛି । ୨୦୨୩ ମାର୍ଚ୍ଚ ସୁଦ୍ଧା କମ୍ପାନୀ ୩୦୦ଟି ସହରରେ ନିଜର କାରବାର ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି । ଦେଶର ଉତର-ପୂର୍ବାଂଚଳରେ ଗୌହ୍ୱାଟିଠାରେ କମ୍ପାନୀ କାରବାର ଆରମ୍ଭ କରିଛି । ୨୦୨୧ ଅକ୍ଟୋବର ସୁଦ୍ଧା ଭୁବନେଶ୍ୱରରେ ୧ ଲକ୍ଷ ମର୍ଚ୍ଚାଂଟ୍ଙ୍କ ସହିତ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ କମ୍ପାନୀ ପ୍ରସ୍ତୁତି ଆରମ୍ଭ କରିଛି । କମ୍ପାନୀ ପକ୍ଷରୁ ଗ୍ରୋସେରୀ, ଫୁଡ୍ ଆଣ୍ଡ୍ ରେଷ୍ଟୁରାଂଟ୍, କଲେଜ ଏବଂ ଶିକ୍ଷାନୁଷ୍ଠାନ, ଫାର୍ମାସୀ, ଅବସର ବିନୋଦନ ପାର୍କ ଆଦି କ୍ଷେତ୍ରରେ କାର୍ଯ୍ୟ କରାଯିବ । ୨୦୨୧ ଶେଷ ସୁଦ୍ଧା ଓଡ଼ିଶାରେ ୨ ଲକ୍ଷ ମର୍ଚ୍ଚାଂଟ୍ ଙ୍କ ସହିତ କାର୍ଯ୍ୟ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।
ଭାରତପେ କ୍ଷୁଦ୍ର ମର୍ଚ୍ଚାଂଟ୍ ଏବଂ ତେଜରାତି ଦୋକାନ ମାଲିକଙ୍କ ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇପାରିବ । ଦେଶର ୧୦୦ଟି ସହରରେ କମ୍ପାନୀ ୬ ଲକ୍ଷରୁ ଅଧିକ ମର୍ଚ୍ଚାଂଟ୍ଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି । କମ୍ପାନୀ ୟୁପିଆଇ ଏବଂ କାର୍ଡ ପେମେଂଟ୍ ଉପରେ ଗୁରୁତ୍ୱାରୋପ କରୁଛି ।

ଏହି ଅବସରରେ ଭାରତପେ ଗ୍ରୁପ୍ ସଭାପତି ସୁହାଇଲ୍ ସମିର କହିଲେ, ଗତ ଏକ ବର୍ଷ ଧରି ଭାରତରେ ଡିଜିଟାଲ ପେମେଂଟ୍ ଗ୍ରହଣ କାର୍ଯ୍ୟ ଜାରି ରହିଛି । ଲୋକେ ଡିଜିଟାଲ ପେମେଂଟ୍ ପ୍ରଣାଳୀକୁ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି । ଏବେ ଏହି ପ୍ରଣାଳୀ କେବଳ ପ୍ରଥମ ଶ୍ରେଣୀ ସହରରେ ସୀମିତ ହୋଇ ରହିନାହିଁ । ଏହା ଦ୍ୱିତୀୟ ଶ୍ରେଣୀ, ତୃତୀୟ ତଥା ଚତୁର୍ଥ ଶ୍ରେଣୀ ସହର ଏବଂ ଅନ୍ୟ ସହରରେ ମଧ୍ୟ ସଫଳ ଭାବେ କାର୍ଯ୍ୟ କରୁଛି । ଗତ ୧୨ ମାସ ମାଧ୍ୟରେ ଆମର କାରବାରରେ ୫ ଗୁଣା ବୃଦ୍ଧି ଘଟିଛି । ଆଗାମୀ ଦିନପରେ ଆମେ କମ୍ ବିକଶିତ ବଜାରରେ କାର୍ଯ୍ୟ ଆରମ୍ଭର ଲକ୍ଷ୍ୟ ରଖିଛୁ ।

ଏହି ଅବସରରେ ଭାରତପେର ମୁଖ୍ୟ ବ୍ୟବସାୟିକ ଅଧିକାରୀ ନିଶାନ୍ତ ଜୈନ କହିଲେ, ଭୁବନେଶ୍ୱର ଦ୍ରୁତ ବିକଶିତ ଗୁରୁତ୍ୱପୂର୍ଣ୍ଣ କମର୍ସିଆଲ୍ ହବ୍ ଭାବେ ଓଡ଼ିଶା ସମେତ ପୂର୍ବ ଭାରତରେ କାର୍ଯ୍ୟ ଜାରି ରଖିଛି । ୟୁପିଆଇ ଧୀରେଧୀରେ ସହଜ ଜନକ ଏବଂ ପସନ୍ଦ ଯୋଗ୍ୟ ପେମେଂଟ୍ ପ୍ଲାଟଫର୍ମ ପାଲଟିଛି । ଆମେ ନିଶ୍ଚିତ ଯେ ପୂର୍ବ ଭାରତରେ ଆସନ୍ତା ୧୨ ମାସ ମଧ୍ୟରେ ୧ ନମ୍ବର ଫିନଟେକ୍ ଅଂଶୀଦାର ଭାବେ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛୁ ।

ଭାରତପେ ଡିଜିଟାଲ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛି । ପେମେଂଟ୍ ବ୍ୟବସାୟରେ ଏହା ୪ଗୁଣା ବୃଦ୍ଧିର ଲକ୍ଷ୍ୟ ରଖିଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ଏହାର କାରବାର ୩୦ ବିଲିୟନ ଡଲାରରେ ପହଂଚିବାର ଆଶା ରହିଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ଏହା କ୍ଷୁଦ୍ର ମର୍ଚ୍ଚାଂଟ୍ ଏବଂ ତେଜରାତି ଦୋକାନଗୁଡ଼ିକୁ ୭୦୦ ନିୟୁତ ଡଲାର ଋଣ ଦେବାର ଯୋଜନା ରଖିଛି । କମ୍ପାନୀର କାର୍ଯ୍ୟାଳୟ ଭୁବନେଶ୍ୱରର ରସୁଲଗଡ଼ ସ୍ଥିତ ଏସପ୍ଲାନେଡ୍ ମଲ ରେ ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.