କଟକ,୧୫/୦୩/୨୦୨୧(ଓଡ଼ିଶା ସମାଚାର)- United forum of RRB unions ର ଆହ୍ୱାନ କ୍ରମେ ଓଜିବି ର ଅଫିସର ଓ କର୍ମଚାରୀମାନେ ଓଜିବି ମୁଖ୍ୟ କାର୍ୟ୍ୟାଳୟ ଓ ଆଞ୍ଚଳିକ କାର୍ୟ୍ୟାଳୟ ସମ୍ମୁଖରେ ପିକେଟିଙ୍ଗ କରିଥିଲେ ।. ବ୍ୟାଙ୍କର ଘରୋଇକରଣ କୁ ତୀବ୍ର ବିରୋଧ କରାଯାଇଛିା ଏକାଦଶ ତମ ଦରମା ସମ୍ବନ୍ଧୀୟ ଦ୍ବିପାକ୍ଷିକ ରାଜିନାମା କୁ ଗ୍ରାମ୍ୟବ୍ୟାଙ୍କରେ ତୁରନ୍ତ ଲାଗୁକରିବାପାଇଁ ଦାବି ରହିଛି. । ମହାନଦୀବିହାରସ୍ଥିତ ଆଞ୍ଚଳିକ କାର୍ୟ୍ୟାଳୟ ସମୁଖରେ ପିକେଟିଂ କରାଯାଇଛି । AIRRBEA ସଂଗଠନ ତରଫରୁ ମହେଶ୍ୱର ମହାରଣା, ଦୀପକ ସାହୁ, ପର୍ଶୁରାମ ମଣ୍ଡଳ, ଚିରଞ୍ଜିତ ଆଚାର୍ୟ୍ୟ, କେ, ସି. ନାୟକ, ଓ AIBOC ସଂଗଠନ ତରଫରୁ ଅମରେଶ କୁମାର, ଶରତ ନାୟକ, ପ୍ରଦୀପ ବିଶ୍ୱାଳ,ସପନ କୁମାର ବେହେରା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
