Sunday , April 2 2023
Breaking News
Home / କୃଷି / ବାରମାଣିଆ ଗହିର ଜମିରୁ ପାଣି ନିଷ୍କାସନ ନିମନ୍ତେ ଜଳ ସଂପଦ ମନ୍ତ୍ରୀଙ୍କୁ ଦାବି ପତ୍ର 

ବାରମାଣିଆ ଗହିର ଜମିରୁ ପାଣି ନିଷ୍କାସନ ନିମନ୍ତେ ଜଳ ସଂପଦ ମନ୍ତ୍ରୀଙ୍କୁ ଦାବି ପତ୍ର 

ତାରପୁର, ୧୫/୦୩/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚିକିଣିଆ ଗ୍ରାମପଂଚାୟତର କଳାଧାରି ଗ୍ରାମ ନିକଟସ୍ଥ ବାରମାଣିଆ ଗହିରରେ ଉଦବୃତ ବର୍ଷା ଜଳ ପ୍ରାୟ ୫ ଫୁଟ ଉଚ୍ଚରେ ଜମି ରହୁଥିବାରୁ ଏହି ଗହିରରେ ପ୍ରାୟ ୧୦୦ ଏକରରୁ ଉଦ୍ଧ୍ୱର୍ ଚାଷ ଜମି ପ୍ରତିବର୍ଷ ଫସଲ ନଷ୍ଟ ହୋଇଯାଉଛି । ଜଳ ସଂପଦ ସଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ହଂଶୁଆ ସେତୁର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିବା ସମୟରେ ଏହି ଗ୍ରାମର ପ୍ରତିମା ଲେଙ୍କା, ରାଜଶ୍ରୀ ନାୟକ, ଛାୟାଲତା ସ୍ୱାଇଁ, କୁନ୍ତଳା ନାୟକ, ବନିତା ଲେଙ୍କା ପ୍ରମୁଖ ମହିଳା ମାନେ ମନ୍ତ୍ରୀ ଓ ବିଧାୟକଙ୍କୁ ଏହି ଗହିରରୁ ତୁରନ୍ତ ଜଳ ନିଷ୍କାସନ ନିମନ୍ତେ ପଦକ୍ଷେପ ନେବାକୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.