ରଘୁନାଥପୁର,୧୫/୦୩/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଚିକିଣିଆ ପଂଚାୟତ ଦେଇ ଯାଇଥିବା ହଂସୁଆ ନଦୀ ଉପରେ ୨ ଗୋଟି ପୋଲର ଶିଳାନ୍ୟାସ ଉତ୍ସବ ଆଜି ଅପରାହ୍ନରେ ଅନୁଷ୍ଠିିତ ହୋଇ ଯାଇଛି । ଏହିପଂଚାୟତର ଏରଣ୍ଡପାଳ ଓ କାଳଧାରୀ ଗ୍ରାମର ଲୋକମାନେ ବର୍ଷାଦିନେ ନିଜ ଚାଷ ଜମିକୁ ଯାତାୟତ କରିବା ପାଇଁ ୨ କିମି ବାଟ ବୁଳିବାକୁ ପଡ଼ୁଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଠାରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ । , ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ପୋଲକୁ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭତିପ୍ରସ୍ତର ସ୍ଥାପନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଉପସ୍ଥିତ ଥିଲେ । ପ୍ରଥମେ ଦୁଇ ଅତିଥି ଙ୍କୁ ରଘୁନାଥପୁର ଠାରେ ସ୍ୱାଗତ କରାଯାଇଥିଲା । ପରେ ଏକ ବାଇକ ରାଲିରେ ସେମାନେ ଉତ୍ସବ ସ୍ଥଳିରେ ପହଂଚିଥିଲେ । ଏହି ଶିଳାନ୍ୟାସ ଉତ୍ସବର ନେତୃତ୍ୱ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରଜତ କୁମାର ପାତ୍ର ନେଇଥିବାବେଳେ କଳାଧାରୀ ମଲିକେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅତିଥିମାନେ ଉପସ୍ଥିତ ଲୋକମାନଙ୍କୁ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଓ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ବାର୍ତା ପ୍ରଦାନ କରିଥିଲେ । ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ ଧନ୍ୟବାଦ ଅର୍ପଣ କରିଥିବାବେଳେ ବିଜନ କୁମାର ମହାପାତ୍ରଙ୍କ ଦ୍ୱାରା ସଭାସାଙ୍ଗ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ରଘୁନାଥପୁର ଜିଲାପରିଦେ ସଭ୍ୟା ଡ଼େଜାଲିନ ମହାପାତ୍ର, ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ଜିଲାପରିଷଦ ଅଧ୍ୟକ୍ଷା ଶ୍ରମତୀ ପ୍ରିୟଦର୍ଶିନୀ ବିଶ୍ୱାଳ,ଚକିଣିଆ ସରପଂଚ ଶର୍ମିଷ୍ଠା ସ୍ୱାଇଁ, ଜିଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟମୀ ରାଉତ, ପୂବର୍ପତନ ବ୍ଲକ୍ ବିଜେଡ଼ି ସଭାପତି ସାରୋଜକାନ୍ତ ସ୍ୱାଇଁ, ଇଂ ବାବାଜୀ ଚରଣ ଜେନା, ଦିଲିପ କୁମାର ରଥ, ପାର୍ଥଶଖା ପାଲଟାସିଂ, ଇନ୍ଦୁଭୁଷଣ ଲେଙ୍କା, ସମିତି ସଭ୍ୟ ସରୋଜକୁମାର ଦାଶ, ସରପଂଚ ସୂର୍ଯ୍ୟ ନାରାୟଣ ନାୟକ, ସାଂସଦ ପ୍ରତିନିଧି ଗୌତମ ପାଲିତ, ଆତ୍ମା ଅଧ୍ୟକ୍ଷ ପରମାନନ୍ଦ ସ୍ୱାଇଁ ମନୋରଂଜନ ରାୟ, ତାରାକାନ୍ତ ଜେନା, ନିରାକାର ଖୁଂଟିଆ, ପ୍ରଭୁଦତ ମହାନ୍ତି, ଯୋସେଫ ସ୍ୱାଇଁ , ଯୁବ ନେତା ଭଗବାନ ସ୍ୱାଇଁ ସରପଂଚ ସରୋଜ କୁମାର ଦାସ, ଶେଷଦେବ ସେଠୀ, ଶ୍ରୀନିବାସ ନାୟକ, ତପନ ସାମଲ ଙ୍କ ସମେତ ବହୁ ସଂଖ୍ୟାରେ ବିଜେଡ଼ି କର୍ମୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର