Monday , March 27 2023
Breaking News
Home / କୃଷି / ଚକିଣିଆ ଧାନ ମଣ୍ଡିରେ ଟୁକନ ଅବଧି ସରିଯିବା କୁ କେନ୍ଦ୍ର କରି ମନ୍ତ୍ରୀଙ୍କ ଗାଡ଼ି ଆଗରେ ଧାରଣା ଦେଲେ ଚାଷୀ 

ଚକିଣିଆ ଧାନ ମଣ୍ଡିରେ ଟୁକନ ଅବଧି ସରିଯିବା କୁ କେନ୍ଦ୍ର କରି ମନ୍ତ୍ରୀଙ୍କ ଗାଡ଼ି ଆଗରେ ଧାରଣା ଦେଲେ ଚାଷୀ 

ରଘୁନାଥପୁର,୧୫/୦୩/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଳକ୍ ଚକିଣିଆ କୃଷି ସମବାୟ ସିମତି ଅଧିନରେ ପଂଜିକୃତ ଚାଷୀଙ୍କ ଧାନ ନଉଠି ଟୁକନ ଅବଧି ସରିଯିବାରୁ ଓ ସେମାନେ ମଣ୍ଡିରେ ଧାନ ଦେଇନପାରିବାକୁ ନେଇ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୂଚନା ଲୋକ ସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବହୁ ସଂଖ୍ୟାରେ ବିଜେଡ଼ି କର୍ମୀଙ୍କ ସହିତ ଯୋଗଦେବାକୁ ଯାଉଥିବାବେଳେ ସ୍ଥାନୀୟ ଚାଷୀମାନେ ସେବା ସମବାୟ ସମିତି ସମୂଖ ଚିକିଣିଆ ରାସ୍ତାରେ ଧାରଣାରେ ବସିବା ସହିତ ବିଭିନ୍ନ ନାରାବାଜି କରି ସେମାନଙ୍କ ଟୁକନକୁ ପୁନର୍ବାର କାର୍ଯର୍୍ୟକ୍ଷମ କରି ତାଙ୍କ ଧାନକୁ ମଣ୍ଡିଦ୍ୱାରା କିଣାଯିବାକୁ ଯିଦ କରି ରାସ୍ତା ଉପରେ ବସି ରହିଥିଲେ । ରାସ୍ତା ଉପରେ ଧାରଣାରତ ଚାଷୀଙ୍କୁ ଦେଖି ମନ୍ତ୍ରୀ ରଘୁନନନ୍ଦନ ଦାସ ଓ ବିଧାୟକ ବିଜୟ ଶଙ୍କର ଦାସ ଗାଡ଼ି ଅଟକାଇ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ । ଫଳରେ ଚାଷୀ ନିଗମାନନ୍ଦ ଦାସ, ଭଗବାନ ମହାରଣା, ନିତ୍ୟାନନ୍ଦ ନାୟକ, ମମତା ତାରେଣିଆ, ନବ କିଶୋର ଦାସ, ନବଘନ ନାୟକ, ବିଭୂତି ରାଉତ, ସୁୂଧାଂଶୁ ବେହେରା, ଦୂର୍ଯେ୍ୟାଟି ମହାନ୍ତି, କୈଳାଶ ଶେଣ, ପବିତ୍ର ନାୟକଙ୍କ ସମେତ ବହୁ ଚାଷୀ ମନ୍ତୀଙ୍କୁ ତାଙ୍କ ଫେବୃଆରୀ ମଙ୍କସର ୬, ୮, ୧୩ ତାରିଖରେ ଦିଆଯାଇଥିବା ଟୁକନ କ୍ୁ ପୁଣି କାର୍ଯ୍ୟକ୍ଷମ କରିବା ସହିତ ପଂଜିକୃତ ସମସ୍ତ ଚାଷୀଙ୍କ ଧାନ କ୍ରୟ କରାଯିବା ପାଇଁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ମନ୍ତ୍ରୀ ଧରଣାରତ ଚାଷୀମାନଙ୍କୁ ପଂଜିକୃତ ଚାଷୀମାନଙ୍କର ସମସ୍ତ ଧାନ କିଣାଯିବାକୁ ପ୍ରତିାଅତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା  ଏବଂ ମନ୍ତ୍ରୀ ଓ ବିଧାୟକ ଶିଳାନ୍ୟାସ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ସୂଚନା ଯୋଗ୍ୟକି ଏହି ମଣ୍ଡିରେ ଚାଷୀଙ୍କ ଧାନ କମ ଓ ବେପାରୀଙ୍କ ଧାନ ଅଧିକ ବିକ୍ରୀ ସହିତ ଅନ୍ୟାନ୍ୟ ଅନୀୟମିତତାକୁ ନେଇ ନିକଟରେ ସମିତିର ସମ୍ପାଦକ ନିଲମ୍ବିତ ହୋଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.