କଟକ ,୧୫/୦୩/୨୦୨୧(ଓଡିଶା ସମାଚାର/ ଦେବାଶିଷ ରଥ ): ଦୀର୍ଘ ଦିନ ହେବ କରୋନା ଯେଉଁଭଳି ମାନବ ସଭ୍ୟତା ଉପରେ ତାର କାୟା ବିସ୍ତାର କରିଥିଲା ଏହାକୁ ନିରାକରଣ ପାଇଁ କେବଳ ସଚେତନତା ର ହିଁ ଆବଶ୍ୟକ ଥିଲା।କରୋନା କୁ କେଉଁଭଳି ନିୟନ୍ତ୍ରିତ କରାଯିବ ଓ ମାନବ ସମାଜକୁ ସଚେତନତା କରାଯିବ ସେଥିପାଇଁ ଅନେକ ଅନୁଷ୍ଠାନ ଆପ୍ରାଣ ଉଦ୍ୟମ କରିଥିଲେ।
କଟକ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁପ୍ରତିଭା ଏବଂ ଭାରତ ସରକାର ଙ୍କ ଜାତୀୟ ବିଜ୍ଞାନ ଏବଂ ପ୍ରଦୈଗିକି ସଞ୍ଚାର ପରିଷଦ ର ସହଯୋଗ ରେ କରୋନା ଭାଇରସ ର ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ବିଜ୍ଞାନ ଭିର୍ତିକ ସଚେତନତା କାଯ୍ୟକ୍ରମ ଦୀର୍ଘ ଦିନ ହେବ ବିଭିନ୍ନ ରାଜ୍ୟ ମାନଙ୍କ ରେ ଚାଲିଥିଲା।
ସୁପ୍ରତିଭା ର ସଦସ୍ୟ ମାନେ ମୁଖ୍ୟ କରି ପାଲା, ନାଟକ ,ଦାସ କାଠିଆ ମାଧ୍ୟମରେ ରେ ଖୋର୍ଦ୍ଧା, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ କରୋନା ର ବିଜ୍ଞାନ ଭିର୍ତିକ ସଚେତନତା କାଯ୍ୟକ୍ରମ ମାନ ଆୟୋଜନ କରି ଲୋକ ମାନଙ୍କୁ କରୋନା ର ଲକ୍ଷଣ, କରୋନା କିପରି ବ୍ୟାପେ, କରୋନା ରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା,ହାତ ବାରମ୍ବାର ଧୋଇବା,ଟୀକା ଗ୍ରହଣ କରିବା ପ୍ରମୁଖ ସଚେତନତା କୁ ଜନ ସାଧାରଣ ଙ୍କୁ ବିଭିନ୍ନ ଶୈଳୀ ରେ ବୁଝାଇବା ସହ ସଚେତନ କରାଇଥିଲେ।
ଏହି କାଯ୍ୟକ୍ରମ ର ଶୁଭାରମ୍ଭ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭୁବନେଶ୍ୱର ରେ କରିଥିଲେ।ମନ୍ତ୍ରୀ ଦାସ ମୁଖ୍ୟତଃ ସାମାଜିକ ଦୂରତା ରକ୍ଷା କରିବା,ମାସ୍କ ପିନ୍ଧିବା,ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିବା ସହ ଏହି ନିୟମ କୁ ମାନିବା ପାଇଁ ସମସ୍ତ ଙ୍କୁ ନିବେଦନ କରିଥିଲେ।ଉଦଘାଟନ ଦିବସରେ ଡ଼.ଅନଙ୍ଗ ମୋହନ ଦ୍ବିବେଦୀ ଏବଂ ମିନତୀ ବିନ୍ଧାଣି ସଂମାନିତ ଅତିଥି ଭାବେ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ।
ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ଏହି କାଯ୍ୟକ୍ରମ ରେ ପ୍ରାୟ ୧୮୦ ରୁ ଅଧିକ ନାଟକ,ପାଲା, ଦାସକାଠିଆ ଏହି ଚାରୋଟି ଜିଲ୍ଲା ମାନଙ୍କ ରେ ଆୟୋଜନ କରାଯାଇଥିଲା। ଏହି ବିଜ୍ଞାନ ଭିର୍ତିକ ସଚେତନତା କାଯ୍ୟକ୍ରମ ଦ୍ଵାରା ପ୍ରାୟ ୨୭ ହଜାର ରୁ ଅଧିକ ଲୋକ ମାନଙ୍କ ସଂସ୍ପର୍ଶରେ ସୁପ୍ରତିଭା ର ସଦସ୍ୟ ମାନେ ଆସି ସମସ୍ତ ଙ୍କୁ କରୋନା ସଚେତନତା ର ବାର୍ତା ବାଣ୍ଟି ଥିଲେ।
ଏହି ମହାନ ସଚେତନତା ଧର୍ମୀ କାଯ୍ୟକ୍ରମ ରେ ସୁନାମଧନ୍ୟ ନାଟକ ନିର୍ଦ୍ଦେଶକ ନିତ୍ୟପ୍ରକାଶ ସ୍ୱାଇଁ,ପାଲା ଗାୟକ ଜ୍ଞାନପ୍ରିୟ କାନୁନଗୋ ଓ ଦାସକାଠିଆ ଗାୟକ ଅର୍ଜୁନ ସାହୁ ଙ୍କ ଭୂମିକ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା।
ଏହି ସମସ୍ତ କାଯ୍ୟକ୍ରମ ଗୁଡିକରେ କ୍ଳାପର ର ସଭାପତି ଡ଼. ବିକାଶ ଦାସ,ସେସ୍କୋ ର ପୂର୍ବତନ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପଣ୍ଡା ,ଆ.ଏସ.ଡି ର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ, ସୁପ୍ରତିଭା ର ସଂପାଦକ ବିକାଶ ମହାପାତ୍ର ଓ ଉପଦେଷ୍ଟା ରାଜକିଶୋର ପଣ୍ଡା ଙ୍କ ପ୍ରମୁଖ ଉପସ୍ଥିତ ରହି କାଯ୍ୟକ୍ରମ ଗୁଡିକୁ ସୁଚାରୁ ରୁପେ ସଂପାଦନ କରିଥିଲେ। ଓଡିଶା ସମାଚାର