Saturday , September 25 2021
Breaking News
Home / ତାଜା ଖବର / କାମ କରୁଥିବା ବେଳେ ଶ୍ରମିକ ର ମୃତ୍ୟୁ

କାମ କରୁଥିବା ବେଳେ ଶ୍ରମିକ ର ମୃତ୍ୟୁ

ସାଲେପୁର,୧୪/୦୩ /୨୦୨୧(ଓଡିଶା ସମାଚାର/ଅଭୟ ଜେନା):କାମ କରୁଥିବା ବେଳେ ଶ୍ରମିକର ମୃତ୍ୟୁ।  ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅଂଚଳର ହରିପୁର ଗାଁରେ। ହରିପୁର ଗାଁର ବାବୁ ପୃଷ୍ଟି ଘରେ ଦୁଇ ଜଣ ଶ୍ରମିକ ଘର କାମ କରୁଥିଲେ। ଦୁଇ ଜଣ ଶ୍ରମିକ ହେଲେ  ବଳରାମ ପୁର ଗାଁର ଟନିଆ ଦାସ ଓ ବଟ ବେହେରା।  ସ୍ଲାବଟି ଖସି ପଡ଼ିବାରୁ ଦୁଇଜଣଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଟନିଆ ଦାସକୁ ମୃତ ଘୋଷଣାକରିଥିଲେ। ବଟ ବେହେରା ମେଡ଼ିକାଲରେ  ଚିକିତ୍ସାଧୀନଅଛନ୍ତି। ସାଲେପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଓଡିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ – ୭୨ ଜଣ ଶିଶୁ ସଂକ୍ରମିତ – ୭ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୩/୦୯/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *