ଭୁବନ ୧୪/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ଗ୍ରାମ ପଂଚାୟତର କୃଷ୍ଣପୁର ଠାରୁ ଯମୁନାକୋଟ ୧୫ କିମି ରାସ୍ତା ନିର୍ମାଣ ସକାଶେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଶିଳାନ୍ୟାସ କରିଛନ୍ତି । ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସାଂସଦ ମହେଶ ସାହୁ ,ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଇଂ ଦେବେନ୍ଦ୍ର ପଟ୍ଟନାୟକ,ସହକାରୀ ଯନ୍ତ୍ରୀ ଇଂ ଆଶୀର୍ବାଦ ପଣ୍ଡା,କନିଷ୍ଠଯନ୍ତ୍ରୀ ଇଂ ପ୍ରିୟବ୍ରତ କୁଅଁର ଯୋଗଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କୃଷ୍ଣପୁର ଠାରୁ ଯମୁନାକୋଟ ୧୫ କିମି ରାସ୍ତା ସମୁଦାୟ ୮ କୋଟି ୧୩ ଲକ୍ଷ ଟଙ୍କା ବିନିମୟରେ କାର୍ଯ୍ୟ ସଂପାଦନ ହେବ ବୋଲି କୁହାଯାଇଥିଲା । ଓଡ଼ିଶା ସମାଚାର