ସାଲେପୁର ୧୪/୦୩/୨୦୨୧(ଓଡ଼ିଶା ସମାଚାର)- ସାଲେପୁର ଆଂଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଦୁଇଦିନ ଧରି ଉତ୍କଳ ଦିବସ ପାଳନ କରାଯିବାକୁ ସାଲେପୁରସ୍ଥିତ ଶାରଳା ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି । ଅନୁଷ୍ଠାନର ସଭାପତି ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଲେପୁର ଆଂଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଚଳିତ ମାସ ୩୧ ତାରିଖ ଓ ଅପ୍ରେଲ୍ ୦୧ ତାରିଖ ଦିନ ସାଲେପୁର ହାଇସ୍କୁଲ୍ ପଡିଆରେ କୋଭିଡ୍ ନିୟମ ଅନୁଯାୟୀ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳନ କରାଯିବାକୁ ସର୍ବସମ୍ମତି କ୍ରମେ ସ୍ଥିର କାରାଯାଇଛି ।ଏହି ଅବସରରେ ଉତ୍କଳ ଦିବସ ଦିନ ହାଇଟେକ୍ ମେଡିକାଲ୍ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କରାଯିବାକୁ ସ୍ଥିର କରାଯାଇଛି । ସେହିପରି ଛାତ୍ରଛାତ୍ରୀ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଅବସରରେ ଉତ୍କଳ ଦିବସ ଦିନ ସକାଳୁ ସାଲେପୁରରୁ ଏକ ଶୋଭାଯାତ୍ରା ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ପହଂଚି ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହ ସାଲେପୁର ସହରର ବିଭିନ୍ନ ସ୍ଥାନରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବାକୁ ସ୍ଥିର କରାଯାଇଛି । ଅନୁଷ୍ଠାନର ସଂପାଦକ ହୃଷିକେଶ ମଲ୍ଲିକ, ଉପସଭାପତି ଦିଲିପ କୁମାର ଦାସ,କୋଷାଧ୍ୟକ୍ଷ ସୁଧୀର କୁମାର ଶତପଥୀ, ମହା ସଚୀବ ପ୍ରଫୁଲ କୁମାର ମିଶ୍ର, ମନୋଜ କୁମାର ଆଚାର୍ଯ୍ୟ, ଅଭୟ ଜେନା ,ଅମିୟ କୁମାର ନାୟକ,ତ୍ାରାକାନ୍ତ ନାୟକ,ଅକ୍ଷୟ କୁମାର ଦାଶ,ଚିତରଂଜନ ମୁଦୁଲି,ଅରବିନ୍ଦ ଭୂୟାଁ, ଶିଶିର କୁମାର ଦାଶ,ବିଭୂତି ଭୂଷଣ କର,ସୁଜିତ୍ କୁମାର ଭୂୟାଁ,ହେମନ୍ତ କୁମାର ଭୂୟାଁ, ଅଜୟ କୁମାର ସାହୁ, ପ୍ରଦିପ୍ତ କୁମାର ବରାଳ,ପ୍ରଦିପ୍ତ କୁମାର ପରିଜା, ଅନନ୍ତ କୁମାର ଦାଶ,ପ୍ରଶାନ୍ତ କୁମାର ମଲି୍ଲକ,ମନୋଜ କୁମାର ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର