କେନ୍ଦ୍ରାପଡା, ୧୪/୦୩/୨୦୨୧(ଓଡ଼ିଶା ସମାଚାର)-ଜିଲ୍ଲାରେ ରାଜସ୍ୱ ଆଦାୟକୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟ ସରକାର ପ୍ରଦାନ କରିଥିବା ରାଜସ୍ୱ ଲକ୍ଷ୍ୟକୁ ପୁରଣ କରିବା ପାଇଁ ଏକ ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ଯୋଗଦେଇ ଚଳିତ ୨୦୨୦-୨୧ ବର୍ଷର ରାଜସ୍ୱ ଆଦାୟର ଲକ୍ଷ୍ୟ ପୁରଣ ପାଇଁ ଆଲୋଚନା କରିଥିଲେ । ଜିଲ୍ଲାର ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଓଡ଼ିଶା ସମାଚାର