ଦିଗପହଣ୍ଡି, ୧୪/୦୩/୨୦୨୧(ଓଡ଼ିଶା ସମାଚାର)-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗାଁର ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଯୁବକ ବନ୍ଥପଲ୍ଲୀ ଗାଁ ବାଲିସାହିର ପଞ୍ଚୁ ଭୂୟାଁ। ସୂଚନା ଅନୁସାରେ, ଆଜି ସକାଳେ ପଞ୍ଚୁ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯିବାବେଳେ ଗାଁ ଛକ ମନ୍ଦିର ନିକଟରେ ପୂର୍ବରୁ ଜଗି ରହିଥିବା ୭ରୁ ୮ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲ୍ ରେ ଭର୍ତ୍ତି କରଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବନ୍ଥପଲି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ଆହତ ପଞ୍ଚୁଙ୍କ ଭାଇ କିଛି ଦିନ ତଳେ ବଚନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ଜେଲ୍ରେ ଅଛନ୍ତି। ଓଡ଼ିଶା ସମାଚାର