ଜୁନାଗଡ଼ ୧୪/୦୩/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ – କଳମପୁର ରାସ୍ତା ମଝିରେ ଥିବା ଭତରା ବ୍ରିଜ ତଳୁ ଏକ ସାଇକେଲ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ପଠା ଯାଇଛି ।
ମିଳିଥିବା ତାଜା ସୂଚନା ଅନୁସାରେ ସାଇକେଲ ଚାଳକ କୌଣସି କାରଣ ରୁ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡି ଥିବା ଜଣା ପଡିଛି । ଗୁରୁତର ଅବସ୍ଥାରେ ଉଦ୍ଧାର ବ୍ୟକ୍ତି ଜଣକ ବୁଡ଼ିପଦର ଗ୍ରାମ ର ନରେନ୍ଦ୍ର ବଣୁଆ ବୋଲି ଜଣା ପଡିଛି । ଓଡ଼ିଶା ସମାଚାର