Sunday , March 26 2023
Breaking News
Home / ତାଜା ଖବର / ବସ ଓଲଟି ୨୦ ରୁ ଅଧିକ ଯାତ୍ରୀ ଆହତ

ବସ ଓଲଟି ୨୦ ରୁ ଅଧିକ ଯାତ୍ରୀ ଆହତ

ସୋରୋ,୧୪/୦୩/୨୦୨୧(ଓଡ଼ିଶା ସମାଚାର)- ସୋରୋ ଥାନା ନିକଟରେ ଚକାଡ଼ୋଳା ନାମକ ଏକ ଯାତ୍ରିବାହୀ ବସ ଓଲଟି ପଡ଼ିଛି । ବସ୍ ରେ ଥିବା ପ୍ରାୟ ୬୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ସୋରୋ ହସପିଟାଲ ରେ ଭର୍ତି କରାଯାଇଛି । ଏହି ବସ ଟି ଭୁବନେଶ୍ୱର ରୁ ସୋରୋ ନିକଟ ଅଭଣା ଯାଉଥିଲା । ବରଯାତ୍ରୀ ନେଇ ଯାଉଥିବା ଅନୁମାନ କରାଯାଉଛି । ବର୍ତମାନ କୌଣସି ମୃତ୍ୟୁର ଖବର ଆସିନାହିଁ । ଥାନା ଗାଡ଼ି ଯୋଗେ ଓ ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଗୁରୁତର ଆହତ ମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇପାରେ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର ଓଡ଼ିଶା ସମାଚାର

Leave a Reply

Your email address will not be published.