Thursday , March 23 2023
Home / ବିଶେଷ / ପ୍ରତିଭା ଷ୍ଟୁଡିଓ ରେ ଦୃଷ୍ଟିହୀନ ସଙ୍ଗୀତଜ୍ଞ ଶ୍ୟାମ ଚାଚା ଙ୍କ ରେକର୍ଡିଙ୍ଗ ହେଲା ପ୍ରଥମ ଗୀତ

ପ୍ରତିଭା ଷ୍ଟୁଡିଓ ରେ ଦୃଷ୍ଟିହୀନ ସଙ୍ଗୀତଜ୍ଞ ଶ୍ୟାମ ଚାଚା ଙ୍କ ରେକର୍ଡିଙ୍ଗ ହେଲା ପ୍ରଥମ ଗୀତ

କିଶନନଗର ୧୪/୦୩/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ):କିଶନନଗର ଥାନା ପ୍ରହରାଜପୁର ଗ୍ରାମର ଦୃଷ୍ଟିହୀନ ସଂଙ୍ଗୀତଜ୍ଞ ଅବଦୁଲ ସମଦ ନିଜାମି ଓରଫ୍ ଶ୍ୟାମ ଚାଚା ଙ୍କ ର ପ୍ରଥମ ଗୀତ ରେକର୍ଡିଂଙ୍ଗ କଟକ ସ୍ଥିତ ପ୍ରତିଭା ଷ୍ଟୁଡିଓ ରେ ସମ୍ପନ୍ନ ହୋଇଛି। ବିଶିଷ୍ଟ ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସଙ୍ଗଠନ ର ତତ୍ତ୍ୱାବଧାନରେ ଏବଂ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଙ୍କ ଗୀତ ଓ ନିର୍ଦେଶନାରେ ପ୍ରଥମ ଗୀତ ର ରେକର୍ଡିଙ୍ଗ୍ ହୋଇଥିଲା। ଓଡିଶା ସମାଚାର ସମେତ ବିଭିନ୍ନ ଗଣମାଧ୍ୟମ ରେ ତାଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଘରେ ପହଞ୍ଚି ତାଙ୍କ ସଙ୍ଗୀତ ସଧନାକୁ ଆଗକୁ ନେବା ପାଇଁ ସହଯୋଗ ର ହାତ ବଢ଼ାଇଥିଲେ। କିଶନଗର ଅଞ୍ଚଳର ଶିକ୍ଷାବିତ ପ୍ରଦୀପ୍ତ ଆଚାର୍ୟ୍ୟ ଙ୍କ ସହାୟତା ପାଇଁ ଶ୍ୟାମ ଚାଚା ସଙ୍ଗୀତ ଦୁନିଆରେ ପାଦ ରଖିଥିବା ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ କେବଳ ସଙ୍ଗୀତ କୁ ପାଥେୟ କରି ସେ ପରିବାର ପ୍ରତିପୋଷଣ କରି ଆସୁଥିଲେ। ମାତ୍ର କରୋନା ପ୍ରତିବନ୍ଧକ ପାଇଁ ଏକ ବର୍ଷ ହେବ ଘୋର ଦୁର୍ଦ୍ଦିନ ରେ ଦିନ କାଟୁଥିଲେ। ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ତାଙ୍କ ଦୁର୍ଦ୍ଦୀନ ଲୋକ ଲୋଚନକୁ ଆସିଥିଲା।ଏହି ସମୟରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହାୟତା ତାଙ୍କ ପାଇଁ ଏକ ନୂତନ ରାହା ଦେଖାଇଲା ବୋଲି କୃତଜ୍ଞତା ପ୍ରକାଶ କରି ସେ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସମାଚାର

 

Leave a Reply

Your email address will not be published.