କେନ୍ଦ୍ରାପଡା, ୧୪/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅଭାବନୀୟ ଓ ଦୁଃଖଦ ପରିସ୍ଥିତି ଦେଖିବାକୁ ମିଳିଥିଲା । ଶନିବାର ସକାଳ ପ୍ରାୟ ୯ଟା ସମୟରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବଗଡା ଗ୍ରାମର କ୍ଷୀରୋଦ କୁମାର ଖଟୁଆଙ୍କ ୧୭ବର୍ଷର ଝିଅ ଆକାଂକ୍ଷା ଖଟୁଆ କୈାଣସି ପାରିବାରିକ କଳହ କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ପକ୍ଷରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟକୁରା ଥାନା ଅନ୍ତର୍ଗତ ଜରିଆବାଡ ଗ୍ରାମର ଭଞ୍ଜଲତା ସ୍ୱାଇଁଙ୍କ ଝିଅ ବେଙ୍ଗଲତା ସ୍ୱାଇଁ(୫୦) ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ପ୍ରଥମେ ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ମାର୍ଶାଘାଇ ଥାନା ଅନ୍ତର୍ଗତ ଆଠବାଟିଆ ଗ୍ରାମର ରାଜକିଶୋର ବେହେରାଙ୍କ ପୁଅ ତ୍ରିଲୋଚନ ବେହେରାଙ୍କୁ ଗତ ପ୍ରାୟ ୩ବର୍ଷ ତଳେ ପ୍ରେମ ବିବାହ କରି ଶାଶୁଘରେ ରହୁଥିବା ଗୀତାଞ୍ଜଳି ସାହୁ(୩୦)ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି କରାଯାଇଥିଲା । କିନ୍ତୁ ଶିଶୁକନ୍ୟାଟିକୁ ଜନ୍ମଦେବା ପରେ ତାଙ୍କର ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । ଗୀତାଞ୍ଜଳିଙ୍କ ସ୍ୱାମୀ ତ୍ରିଲୋଚନ ତାଙ୍କ ପତ୍ନୀଙ୍କର ଚିକିତ୍ସା ଅବହେଳାରୁ ମୃତୁ୍ୟ ହୋଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ତିନୋଟି ଥାନାର ପୋଲିସ ଅଧିକାରୀ ଡାକ୍ତରଖାନାରେ ପହଁଚି ଶବ ବ୍ୟବଛେଦ କରାଇ ସଂପୃକ୍ତ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …