Sunday , April 2 2023
Breaking News
Home / ଶିକ୍ଷା / ଜିଲାପାଳ ନେଲେ ଦ୍ୱିତୀୟ ଡୋଜ କୋଭିସିଲଡ୍ ଟିକା: କନ୍ଧମାଳ ଜିଲାରେ ୨୨,୮୯୯ ଜଣଙ୍କୁ ହୋଇଛି ଟିକାକରଣ

ଜିଲାପାଳ ନେଲେ ଦ୍ୱିତୀୟ ଡୋଜ କୋଭିସିଲଡ୍ ଟିକା: କନ୍ଧମାଳ ଜିଲାରେ ୨୨,୮୯୯ ଜଣଙ୍କୁ ହୋଇଛି ଟିକାକରଣ

କନ୍ଧମାଳ, ୧୪/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି ଙ୍କୁ ଦିଆଯାଇଛି କରୋନା ଭ୍ୟାକ୍ସିନ କୋଭିସିଲଡର ଦ୍ୱୀତିୟ ଡୋଜ। ସେହିଭଳି ଜିଲାର ଅନ୍ୟ କେତେକ ଅଧିକାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଗ୍ରହଣ କରିଛନ୍ତି ଦ୍ୱିତୀୟ ଡ଼ୋଜ୍। ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିଥିବା ଟିକାକରଣ କେନ୍ଦ୍ରରେ ଆଜି ଜିଲାପାଳ ନେଇଥିଲେ ଦ୍ୱିତୀୟ ଡୋଜ କୋଭିସିଲଡ୍ ଟିକା। ଏଥିସହ ଆଜି ଜିଲାର ବିଭିନ୍ନ ଟିକାକରଣ କେନ୍ଦ୍ରରେ ସମୁଦାୟ ୧୨୭୩ ଜଣଙ୍କୁ କୋଭିଡ-୧୯ ଟିକା ଦିଆଯାଇଛି ବୋଲି କନ୍ଧମାଳ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଚାଲିଥିବା ଏହି ଟିକାକରଣ କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ ସମଗ୍ର କନ୍ଧମାଳ ଜିଲାର ୧୨ ଟି ବ୍ଳକରେ ସମୁଦାୟ ୨୨ ହଜାର ୮୯୯ ଜଣଙ୍କୁ ଟିକା ଦିଆ ଯାଇଥିବା ଜଣାପଡିଛି। ସେଥିମଧ୍ୟରୁ ୭୧୦୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୫୯୨୭ ଜଣଙ୍କୁ ଦ୍ୱିତୀୟ ଡୋଜ, ୪୩୪୬ ଜଣ ଆଗ ଧାଡିର ସରକାରୀ କର୍ମଚାରୀଙ୍କୁ ପ୍ରଥମ ଡୋଜ ଏବଂ ୧୨୨୫ ଜଣଙ୍କୁ ଦ୍ୱୀତିୟ ଡୋଜ ଦିଆଯାଇଛି। ସେହିଭଳି କନ୍ଧମାଳ ଜିଲାରେ ଆଜି ପର୍ଯନ୍ତ ୪୦୦୮ ଜଣ ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ କୋଭିସିଲଡ୍ ଟିକା ନେଇଛନ୍ତି। ୪୫ରୁ ୬୦ ବର୍ଷ ଭିତରେ ଜଟିଳ ରୋଗ ଭୋଗୁଥିବା ୨୮୬ ଜଣଙ୍କୁ ମିଲିଛି କରୋନା ଟିକା। ସୂଚନା ଅନୁସାରେ ଗତ ଚାରିଦିନ ହେଲା ଜିଲାରେ କୋଭିଡ ସଂକ୍ରମଣ ଶୂନ ରହିଛି। ମହାମାରୀକୁ ଏକ ବର୍ଷ ପୂରିବାକୁ ଯାଉଥିବା ବେଳେ କନ୍ଧମାଳ ଜିଲାରେ ଆଜିସୁଦ୍ଧା କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫୯୫୧ ରହିଛି। ଏଥି ମଧ୍ୟରୁ ୫୯୧୮ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.