Wednesday , March 29 2023
Home / ତାଜା ଖବର / ଘରେ ଶୋଇଥିବା ବେଳେ ଯୁବକଙ୍କୁ ଗୁଳି କରି ହତ୍ୟା

ଘରେ ଶୋଇଥିବା ବେଳେ ଯୁବକଙ୍କୁ ଗୁଳି କରି ହତ୍ୟା

ରାୟଗଡ଼ା,୧୪/୦୩/୨୦୨୧(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲ୍ଲା ଗୁଡାରୀ ଥାନା ଅନ୍ତର୍ଗତ ନାଇରା ଗାଁରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କିରଣ ଟାକ୍ରୀ। ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ କିରଣଙ୍କୁ କେହି ଜଣେ ଗୁଳି କରିଥିଲେ। କିଏ ଓ କାହିଁକି କିରଣଙ୍କୁ ଗୁଳି କରି ହତ୍ୟା କଲା, ତାହା ଜଣାପଡ଼ି ନାହିଁ। ଗୁଡାରୀ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.