ଭୁବନ,୧୪/୦୩/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ଗ୍ରାମରେ ଇନ୍ଦିରା ମହିଳା ସମିତି ଓ ବାପୁଜୀ ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ଆଜି ମଦମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଅଲେଖ ପ୍ରସାଦ ଦାସ ଓ ନନ୍ଦିନୀ ସାହୁ ଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ହାତରେ ପ୍ଲାକାର୍ଡ ଧରି ମଦ ବିରୋଧି ସ୍ଲୋଗାନ ଦେଇ ଶିବମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି କୁନିନ୍ଦା ଓ ରେନନ୍ଦାପଟଣା ଗ୍ରାମ ପରିକ୍ରମା କରିଥିଲେ । କୁନିନ୍ଦା ଗ୍ରାମରେ ବେଆଇନ ଭାବେ ଚୋରାରେ ପ୍ରାୟ ୧୦ ଟି ଦୋକାନରେ ଦେଶୀ,ବିଦେଶୀ ମଦର ଅବାଧ ବିକ୍ରୟ ଚାଲିଛି । ଫଳରେ ଯୁବଗୋଷ୍ଠୀ କୁପଥରେ ଯିବା ସହ ଘରେ ଘରେ ମଦ ପାଇଁ କଳିଝଗଡା ହେଉଛି । ତେଣୁ ଏହାକୁ ଯଥାଶୀଘ୍ର ବନ୍ଦ କରାଯିବାକୁ ଦାବି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ,ସଂପାଦକ ପବିତ୍ର କୁମାର ବାରିକ,ବାପୁଜୀ ଯୁବକ ସଂଘ ସଂପାଦକ ରବୀନ୍ଦ୍ର ବାରିକ,ଉପସଭାପତି କର୍ଣ୍ଣଅର୍ଜୁନ ସାହୁ,ଦିଲ୍ଲୀପ ଦାସ,ମହିଳା ସମିତି ସଂପାଦିକା ଦେବକୀ ସାହୁ,କୁନି ଦେହୁରୀ,ପାର୍ବତୀ ପୃଷ୍ଟି,ମଲି ବେହେରା,ମଂଜୁଶ୍ରୀ ମିଶ୍ର,ମିନତି ବେହେରା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର