ସାଲେପୁର,୧୪/୦୩ /୨୦୨୧(ଓଡିଶା ସମାଚାର/ଅଭୟ ଜେନା):କାମ କରୁଥିବା ବେଳେ ଶ୍ରମିକର ମୃତ୍ୟୁ। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅଂଚଳର ହରିପୁର ଗାଁରେ। ହରିପୁର ଗାଁର ବାବୁ ପୃଷ୍ଟି ଘରେ ଦୁଇ ଜଣ ଶ୍ରମିକ ଘର କାମ କରୁଥିଲେ। ଦୁଇ ଜଣ ଶ୍ରମିକ ହେଲେ ବଳରାମ ପୁର ଗାଁର ଟନିଆ ଦାସ ଓ ବଟ ବେହେରା। ସ୍ଲାବଟି ଖସି ପଡ଼ିବାରୁ ଦୁଇଜଣଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଟନିଆ ଦାସକୁ ମୃତ ଘୋଷଣାକରିଥିଲେ। ବଟ ବେହେରା ମେଡ଼ିକାଲରେ ଚିକିତ୍ସାଧୀନଅଛନ୍ତି। ସାଲେପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଓଡିଶା ସମାଚାର