ରଘୁନାଥପୁର,୧୩/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ପାଇଁ ବହୁ ଜନକଲ୍ୟାଣ ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି । ମାତ୍ର କେତେକ ସରକାରୀ କର୍ମଚାରଙ୍କର ବୈମାତୃକ ମନୋଭାବଯୋଗୁ ସମସ୍ତ ସରକାରୀ ଯୋଜନା ପ୍ରକୃତ ହିତାଧିକାରୀମାନଙ୍କ ନିକଟରେ ପହଂଚି ପାରୁନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ପଂଚାୟତର ବେରାମପୁର କେଳାସାହି ଅଧିବାସୀ । ପ୍ରକାଶ ଥାଉକି, ଏହି ବେରାମପୁର କେଳାସାହିରେ ଆଜକୁ ୫୫ ବର୍ଷ ହେଲା ଅନେକ ଗରିବ ହରିଜନ କେଳା ପରିବାର ସେଠାରେ ସରକାରୀ ଯାଗାରେ ଭଙ୍ଗା କୁଡିଆ ଘର ନିଜ ହାତରେ ନିର୍ମାଣ କରି ବହୁ କଷ୍ଟରେ ସେମାନଙ୍କର ପରିବାରସହ ଜୀବନ କଟାଉଛନ୍ତି । ସେମାନେ ଇନ୍ଦିରା ଆବାସ, ମୋକୁଡିଆ, ବାର୍ଦ୍ଧକ୍ୟ ଭତା, ଅନ୍ତଦ୍ୱୟ, ଅନ୍ନପୂର୍ଣ୍ଣା ଆଦି ଯୋଜନାରୁ ବଂଚିତ । ଏମାନେ ଭୂମିହୀନ ହୋଇଥିଲେ ମଧ୍ୟ ଏମାନଙ୍କୁ ଜମିପଟ୍ଟା ଦିଆଯାଇ ନାହିଁ । ଏହି ଗରିବ ପରିବାରମାନେ ମୂଲଲାଗି ପେଟ ପୋଷୁଥିଲେ ମଧ୍ୟ ସେମାନଙ୍କୁ ବିପିଏଲ୍ ତାଲିକାଭୁକ୍ତ କରାଯାଇନାହିଁ । ଏହି ବେରାମପୁର କେଳାସାହି ରେ ଗୁରୁବାରି ପ୍ରଧାନ, ପାକନ ପ୍ରଧାନ, କାଳିଆ ପ୍ରଧାନ, କାଙ୍ଗାଳି ପ୍ରଧାନ, ମାଧ ପ୍ରଧାନ, ବଳିଆ ପ୍ରଧାନ, ଗୈାରା ପ୍ରଧାନ, ସୁକାନ୍ତି ପ୍ରଧାନ ଏଠାରେ ଭଙ୍ଗା ଦଦରା କୁଡିଆଘରେ ରହୁଅଛନ୍ତି । ସେମାନଙ୍କୁ ସରକାରଙ୍କର କୌଣସି ଜନକଲ୍ୟାଣ ଯୋଜନାରେ ସାମିଲ କରାଯାଇ ନାହିଁ । ବିଭାଗୀୟ ଉଚ୍ଚ କର୍ତୃର୍ପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ଗରିବ ହରିଜନ କେଳା ପରିବାରଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର