କଟକ , ୧୨/୦୩/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ କିଶନନଗର ଉପକଣ୍ଠ ବରଦାଗ୍ରାମ ସ୍ଥିତ ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ଆନୁକୂଲ୍ୟରେ ଏକରାତ୍ରି କାଳୀନ କ୍ରିକେଟ ଟୁନାମେଣ୍ଟ ବରଦା ମିନିଘାଇ ଖେଳ ପଡିଆରେ ଅନୁଷ୍ଠିତ ହୋଇ ସର୍ବମୋଟ ୮ଟି ଟିମ ଅଂଶଗ୍ରହଣ କରି ଗେମ ଚେଞ୍ଜର କନ୍ଦରପୁର ୬ ଓଭରରେ ୪୬ରନ କରି ବିଜୟ ଲାଭକରି ବିଜୟୀପଦକ ସହ ୭୦୦୦ ଟଙ୍କା ପୁରସ୍କାର ପାଇଥିବା ବେଳେ ଜୁନିୟର ଷ୍ଟାର ସିଦ୍ଧେଶ୍ୱରପୁର କ୍ରିକେଟ କ୍ଲବକୁ ରନର୍ସକପ ସହ ୫୦୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି ଟୁନାମେଣ୍ଟରେ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟଅତିଥି,ସମ୍ମାନୀତ ଅତିଥି ଭାବେ ଶୁଭଶାନ୍ତି ଡେଭଲପରର ଅଧ୍ୟକ୍ଷ ସ୍ବରୂପ ସୁମନ ଦାସ,ଧୂଳେଶ୍ୱର ସାହୁ,ଫକୀର ଚରଣ ଦାସ,ଦୁଃଶାସନ ମାଝୀ,ଅଲେଖ ଚନ୍ଦ୍ର ଦାସ,କାଳନ୍ଦୀ ଚରଣ ଦାସ,ରବୀନ୍ଦ୍ର ସାହୁ,ଜଗଦୀଶ ଚନ୍ଦ୍ର ଦାସ,ଗୁରୁଚରଣ ଦଳାଇ,ସତ୍ୟପିର ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଟୁନାମେଣ୍ଟକୁ ଅମ୍ପେୟାରଭାବେ ପୂର୍ଣ୍ଣ ଚନ୍ଦ୍ର ତରାଇ,ହିମାଂଶୁ ଶେଖର ଦାସ, ଚନ୍ଦନ କୁମାର ବେହେରା ଏବଂ କ୍ଲବର ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର