Sunday , March 26 2023
Breaking News
Home / ଶିକ୍ଷା / ବିନା ପରୀକ୍ଷା ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ପ୍ରମୋସନ୍ ଓ ଏପ୍ରିଲ ପରିବେର୍ତ ଜୁନ୍ ରୁ ଶିକ୍ଷା ବର୍ଷ ଆରମ୍ଭ ହେବ

ବିନା ପରୀକ୍ଷା ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ପ୍ରମୋସନ୍ ଓ ଏପ୍ରିଲ ପରିବେର୍ତ ଜୁନ୍ ରୁ ଶିକ୍ଷା ବର୍ଷ ଆରମ୍ଭ ହେବ

ଭୁବନେଶ୍ୱର, ୧୩/୦୩/୨୦୨୧(ଓଡ଼ିଶା ସମାଚାର)- ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ପ୍ରମୋସନ୍ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି। ଏହି ପିଲାଙ୍କର ଆଉ କ୍ଲାସ୍ ହେବ ନାହିଁ। ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ଏଣୁ ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯାଏଁ ସବୁ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନ ଥିଲେ ବି ଆପାତତଃ ତାହା ସ୍ଥିର ହୋଇଥିବା ସେ କହିଛନ୍ତି ।
ତେବେ ନବମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କର କ୍ଲାସ୍ ଚାଲୁଥିବା ହେତୁ ସେମାନଙ୍କର ଅଫଲାଇନରେ ପରୀକ୍ଷା କରାଯିବ। ଏଣେ ଆଗାମୀ ଏପ୍ରିଲ ମାସରେ ସ୍କୁଲ ଖୋଲାଯିବ କି ନା, ସେଥିନେଇ କୌଣସି ନିଷ୍ପତ୍ତି ହୋଇନଥିବା ମନ୍ତ୍ରୀ କହିଛନ୍ତି । ଏପ୍ରିଲ ବଦଳରେ ଜୁନ୍ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଖରା ଏବଂ କରୋନା ମହାମାରୀକୁ ନଜରରେ ରଖି ଏପ୍ରିଲ ପରିବର୍ତ୍ତେ ଜୁନ୍ ମାସରେ ଏହାକୁ ଆରମ୍ଭ କରିବାକୁ ବିଚାରବିମର୍ଶ ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published.