Saturday , April 1 2023
Breaking News
Home / କ୍ରୀଡ଼ା / ବିଜୁ ପଟ୍ଟନାୟକ ପ୍ରିମିୟର ଲିଗ – ମାହାଙ୍ଗା  ମିଡ଼ିଆ ଇଲେଭେନ ବିଜୟୀ

ବିଜୁ ପଟ୍ଟନାୟକ ପ୍ରିମିୟର ଲିଗ – ମାହାଙ୍ଗା  ମିଡ଼ିଆ ଇଲେଭେନ ବିଜୟୀ

 ମାହାଙ୍ଗା / ନିଶ୍ଚିନ୍ତକୋଇଲି୧୩/୩/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ବଳଦେବଜୀୟୁ କ୍ରିକେଟ ଆସୋସିଏସନ  ପକ୍ଷରୁ ଜିଗିନିପୁର ଖେଳ ପଡିଆରେ ଆୟୋଜିତ ବିଜୁ ପଟ୍ଟନାୟକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଆଇନି ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ସାମ୍ବାଦିକ ମାନଙ୍କ ମଧ୍ୟରେ ଭାଇଚାରା ଓ ସଦ୍ଭାବନା ବଜାୟ ରଖିବାରେ ଏହି ମ୍ୟାଚ ଗୁରୁତ୍ୱ ବହନ କରେ ବୋଲି କହିଥିଲେ  ।

 ନିଶ୍ଚିନ୍ତକୋଇଲି ମିଡ଼ିଆ ବ୍ରଦର୍ସ ପ୍ରଥମେ ଟସ ଜିଣି ୧୨ ଓଭର ମଧ୍ୟରେ ୫ଟି ଉଇକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲା  ।  ଏହାର ଜବାବରେ ମାହାଙ୍ଗା ମିଡ଼ିଆ ଇଲେଭେନ ୧୧ ଓଭର ୫ ଟି ବଲ ର ପିଛାକରି ୫ ଗୋଟି ଉଇକେଟ ବିନିମୟରେ ୧୧୬ ରନ ସହ ଏହି ମ୍ୟାଚକୁ ଜିତିବାରେ ସକ୍ଷମ ହୋଇଥିଲା  ।

ମିଡ଼ିଆ ବ୍ରଦର୍ସ ନିଶ୍ଚିନ୍ତକୋଇଲିର ଇଜାଜ ଖାଁ ୧୮ ବଲ ରେ ୪୮ ରନ କରି ମ୍ୟାନ ଅଫ ଦି’ମ୍ୟାଚ ଏବଂ ମାହାଙ୍ଗା ମିଡ଼ିଆ ଏକାଦଶ ପକ୍ଷରୁ ଶାଶ୍ୱତ ବାରିକ ୧୪ ବଲ ରେ ୪୦  ରନ ଏବଂ ଅଭିମନ୍ୟୁ ନାୟକ ୨୭ ବଲରେ ୩୯ ରନ କରି ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିଲେ  ।

 ମାହାଙ୍ଗା ମିଡ଼ିଆ ଏକାଦଶ କ୍ୟାପଟେନ ଲକ୍ଷ୍ମୀଧର ଖୁଣ୍ଟିଆ, ଭାଇସ କ୍ୟାପଟେନ ତୁଷାର ଜ୍ୟୋତି ନାୟକ, ଟିମ ମ୍ୟାନେଜର ଅଖିଳେଶ ମହାନ୍ତି, ପ୍ରଦ୍ୟୁମ୍ନ ବାରିକ, ଅମୀୟ ନାୟକ ଏବଂ ନିଶ୍ଚିନ୍ତକୋଇଲି କ୍ୟାପଟେନ ଜଗନ୍ନାଥ ପଣ୍ଡା,ଟିମ ମ୍ୟାନେଜର ସୁରେନ୍ଦ୍ର ରାଉତ, ପ୍ରଫୁଲ୍ଲ ଦାଶ, ଅଶୋକ ମହାପାତ୍ର ପ୍ରମୁଖ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚକୁ ପରିଚାଳନା କରିଥିବାବେଳେ, ମାହାଙ୍ଗା ବ୍ଲକ ଚେୟାରମ୍ୟାନ ଶରତ ନାୟକ, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ ସବିତା ଓଝା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ପୂର୍ବତନ ଡ଼ିସିସି ବ୍ୟାଙ୍କ ସଭାପତି ଅଶୋକ ଓଝା, ପୂର୍ବତନ ବ୍ଲକ ଚେୟାରମ୍ୟାନ ଗିରିଶ ମହାପାତ୍ର, ରମାକାନ୍ତ ମହାନ୍ତି, ଜ୍ୟୋତି ସ୍ୱାଇଁ,ଜ୍ଞାନରଂଜନ ରାଉତ,ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ  । ଓଡିଶା ସମାଚାର

Leave a Reply

Your email address will not be published.