ସାଲେପୁର , ୧୩/୦୩/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) – ବାପା ଙ୍କ ଶବକୁ ନେଇ ପୁଅଝିଅମଧ୍ୟରେ ଝଗଡା ଲାଗିବା କାରଣରୁ ରାତିସାରା ମେଡିକାଲରେ ଶବ ପଡ଼ିରହିଲା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ। ରାଇସୁଙ୍ଗୁଡା ନିବସୀ ବିଷ୍ଣୁ ପ୍ରସାଦ ସିଂହ ଙ୍କର ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ମୃତ୍ୟୁ ହେଲାପରେ ଝିଅ ବନଜା ଥିଲା ବାପାଙ୍କ ପାଖରେ। ବିଷ୍ଣୁ ଙ୍କର ପୁଅ କୁଳମଣି ବାପାଙ୍କ ମୃତ୍ୟୁ ଖବର ପାଇ ଆସିନଥିଲେ ମେଡିକାଲକୁ। ଦୀର୍ଘ ଦିନହେବ ବାପା ପୁଅର ଝଗଡା ଲାଗି ରହିଥିବାରୁ ବାପା ବିଷ୍ଣୁ ନିଜ ଝିଅ ବନଜା ଙ୍କ ପାଖରେ ରହୁଥିଲେ।ଦେହ ଖରାପ ହେବାରୁ ଝିଅ ବାପାଙ୍କୁ ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଖବର ପାଇ ପୁଅ ସେଠାରେ ପହଂଚି ବାପାକୁ ମାରିଦେଇଥିବା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ମେଡିକାଲ ରିପୋର୍ଟକୁ ଆଧାର କରି ଏକ ଅପମୃତ୍ୟୁ ମାମଲା ରଜୁକରି ଝିଅକୁ ଶବ ଦାହ ପାଇଁ ହସ୍ତାନ୍ତର କରିଥିଵା ଜଣାପଡିଛି । ଓଡିଶା ସମାଚାର