Saturday , May 28 2022
Breaking News
Home / ବିଶେଷ / ଫାଣ୍ଡି ପରିସରରେ ଜବତ ଗାଡ଼ି ଭିତରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା : ଫାଣ୍ଡି ଅଧିକାରୀ ନିଲମ୍ବିତ

ଫାଣ୍ଡି ପରିସରରେ ଜବତ ଗାଡ଼ି ଭିତରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା : ଫାଣ୍ଡି ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର, ୧୩/୦୩/୨୦୨୧(ଓଡ଼ିଶା ସମାଚାର)- ଫାଣ୍ଡି ପରିସରରେ ଥିବା ଏକ ଜବତ ଗାଡ଼ି ଭିତରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ୟ୍ୟ(ଏସ୍ଆଇ)ଙ୍କୁ ନିଲମ୍ବିତ କରାଯାଇଛି। ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରେ ମହିଳା ମୃତ୍ୟୁବରଣ କରିଥିଲେ ମଧ୍ୟ ଥାନା ଅଧିକାରୀ ଜାଣି ନପାରିବା କାରଣୁ ସେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି। ଏଣୁ ତାଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ। ଗତ ୮ ତାରିଖ ଦିନ ଏହି ମୃତଦେହ ଗାଡ଼ି ପଛରୁ ମିଳିଥିଲା। ଦୀର୍ଘ ଦିନ ହେବ ଶବ ପଡ଼ି ରହିଥିବାରୁ ଶବଟି ପଚି ଯାଇଥିଲା। ଏମ୍ସରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କର ରୋଗରେ ମୃତ୍ୟୁ ହୋଇଥିବା ଉଲ୍ଲେଖ ଅଛି। ତେବେ ମହିଳା ଜଣକ କିଏ? କିଭଳି ଗାଡ଼ି ଭିତରକୁ ଗଲେ? ଜବତ ଗାଡ଼ି କାହିଁକି ଖୋଲା ରହିଥିଲା? ରୋଗରେ ମୃତ୍ୟୁ ହୋଇଛି ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି? ଏ ସବୁ ପ୍ରଶ୍ନ ଏବେ ଫାଣ୍ଡି ଅଧିକାରୀଙ୍କୁ ସନ୍ଦେହ ଘେରକୁ ଟାଣିଛି। ଏହାର ତଦନ୍ତ କରାଯାଉଛି। ମହିଳାଙ୍କ ପରିଚୟ ସହ ମୃତ୍ୟୁ ପଛର କାରଣ ସମ୍ବନ୍ଧରେ ଖୁବ୍ଶୀଘ୍ର ଜଣାପଡ଼ିବ ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି ।
ସୂଚନାଯୋଗ୍ୟ , ଗତ ୨୦୧୯ ମସିହାରେ ଗଞ୍ଜାମ ପୁଲିସ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରି ଭୁବନେଶ୍ବର-ଖୋର୍ଦ୍ଧା ଜାତୀୟ ରାଜପଥର ଯାଁଳା ଫାଣ୍ଡି ଅଞ୍ଚଳରେ ଏକ ଚାରିଚକିଆ ଯାନ(ଏକ୍ସୟୁଭି-୫୦୦) ଜବତ କରିଥିଲା। ଜବତ ଗାଡ଼ିକୁ ଯାଁଳା ଫାଣ୍ଡି ପରିସରରେ ପୁଲିସ ହେପାଜତରେ ଛାଡ଼ି ଯାଇଥିଲା। ଦୀର୍ଘ ୨ ବର୍ଷ କାଳ ପଡ଼ିବା ପରେ ଭଡ଼ା ସୂତ୍ରରେ ଲାଗିଥିବା ସମ୍ପୃକ୍ତ ଗାଡ଼ିକୁ ମାଲିକ କୋର୍ଟରୁ ମୁକୁଳାଇବାକୁ ସକ୍ଷମ ହୋଇଥିଲେ। ଗତ ୮ ତାରିଖ ଦିନ ଏହି ଗାଡ଼ି ନେବା ପାଇଁ କୋର୍ଟ ଆଦେଶ ଧରି ସେ ଫାଣ୍ଡିକୁ ଆସିଥିଲେ। ଗାଡ଼ିଟି ଖୋଲା ରହିବା ସହ ପଛରେ ମହିଳାଙ୍କ ଗଳିତ ଶବ ପଡ଼ିଥିବା ଦେଖାଯାଇଥିଲା। ଏ ନେଇ ସେ ପୁଲିସକୁ ଖବର ଦେବା ପରେ ତନାଘନା ହୋଇଥିଲା। ଶବ ବ୍ୟବଛେଦ ପରେ ଏହା ଜଣେ ମହିଳାଙ୍କର ମୃତ ଦେହ ଓ ରୋଗ ଯୋଗୁ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଥିଲା । ଆଜି ସକାଳେ ଡିସିପି ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରିଥିଲେ।ତେବେ ଏହି ଘଟଣା ଆଜି ପର୍ଯ୍ୟନ୍ତ ଛପିକି ରହିଥିଲା । ଆଜି ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯିବା ପରେ ଘଟଣା ପଦାକୁ ଆସିଥିଲା । ଓଡ଼ିଶା ସମାଚାର

About admin

Check Also

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ

କଟକ, ୨୭/୦୫/୨୦୨୨ (ଓଡ଼ିଶା ସମାଚାର) : ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି …

Leave a Reply

Your email address will not be published. Required fields are marked *