Monday , March 20 2023
Breaking News
Home / ତାଜା ଖବର / ଟାଉନ ଥାନାରେ ୮ ୱାରେଂଟି ଗିରଫ

ଟାଉନ ଥାନାରେ ୮ ୱାରେଂଟି ଗିରଫ

କେନ୍ଦ୍ରାପଡା, ୧୩/୦୩/୨୦୨୧(ଓଡ଼ିଶା ସମାଚାର)- ଟାଉନ ଥାନା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୮ଜଣ ୱାରେଂଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସହରର ଦିଲାରପୁର କୁ୍ୟରେସି ମହଲା, ରଣପଡା, ଜଇପୁରା, ଅଯ୍ୟୋଦ୍ଧାନଗର ପ୍ରଭୃତି ଗ୍ରାମରେ ଟାଉନ ଥାନା ପକ୍ଷରୁ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସବଇନିସପେକ୍ଟର ସୌମ୍ୟରଞ୍ଜନ ଜାଲି ପୋଲିସ ଫୋର୍ସ ସହ ଚଢାଉ କରି ପ୍ରାୟ ୨୦ବର୍ଷ ପୂର୍ବର ବିଭିନ୍ନ ମାମଲାରେ ଅଭିଯୁୃକ୍ତ ଥାଇ ଫେରାର ହୋଇଯାଇଥିବା ୮ଜଣ ୱାରେଂଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

 

Leave a Reply

Your email address will not be published.