Saturday , March 25 2023
Breaking News
Home / ତାଜା ଖବର / ଜିଲ୍ଲା ଅବକାରୀ ବିଭାଗର ଚଢାଉ : ୧୭ଲିଟର ଚ

ଜିଲ୍ଲା ଅବକାରୀ ବିଭାଗର ଚଢାଉ : ୧୭ଲିଟର ଚ

 

କେନ୍ଦ୍ରାପଡା,୧୩/୦୩/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା  ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୭ଲିଟର ୮ଶହ ମିଲିଲିଟର ଚୋରା ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶକ୍ରମେ ଅବକାରୀ ସବ୍ ଇନିସପେକ୍ଟର ସରୋଜ କୁମାର ବାଗ ମହାକାଳପଡା ଥାନା ଅନ୍ତର୍ଗତ ମେର୍ଦ୍ଧା  ଗ୍ରାମରେ ଚଢାଉ କରି ଚୋରାମଦ ବେପାରୀ  ନିରଞ୍ଜନ ବେହେରା ଓ ମାନିନୀ ବେହେରାଙ୍କ ଠାରୁ ଯଥାକ୍ରମେ ୭ଲିଟର ୮ଶହ ମିଲି ଲିଟର  ଓ ୧୦ଲିଟର ଚୋରା ବିୟର ଏବଂ ଦେଶୀମଦ ଜବତ କରିବା ସହିତ ସେହି ୨ଜଣ  ଚୋରାମଦ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଅବକାରୀ ସବଇନିସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର