କେନ୍ଦ୍ରାପଡ଼ା,୧୩/୦୩/୨୦୨୧(ଓଡ଼ିଶା ସମାଚାର)-କଟକର ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଇ.ସି.ଏ.ଆର. ବିହନ ପ୍ରକଳ୍ପ(କୃଷିକ୍ଷେତ୍ରରେ ବିହନ ଉତ୍ପାଦନ)ର ସହାୟତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମପଂଚାୟତର କୋରୁଆ ଗ୍ରାମର ଶ୍ୟାମବାବା ମଠ ପରିସରରେ ଗୁଣାତ୍ମକ ମାନର ଧାନବିହନ ଉତ୍ପାଦନ ସମ୍ପର୍କରେ କୃଷକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡଃ. ଭାଷ୍କରଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୃଷକ ପ୍ରଶିକ୍ଷଣ ଶିବିରରେ ଗୁଣାତ୍ମକ ମାନର ଧାନବିହନ ଉତ୍ପାଦନ ପାଇଁ ୩ଶହରୁ ଉଦ୍ଧ୍ୱର୍ କୃଷକମାନଙ୍କୁ ସଚେତନତା କରାଯିବା ସହ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପ୍ରତିଷ୍ଠାନର ବ୍ରୀଡର ରାମେଶ୍ୱର ପ୍ରସାଦ ସାହାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ବିହନ ନୋଡାଲ ଅଧିକାରୀ ଡଃ. ବିଷ୍ଣୁ ଚରଣ ମାରାଣ୍ଡି, ପାଥୋଲୋଜିଷ୍ଟ ଡଃ. ଅରୂପ କୁମାର ମୂଖାର୍ଜୀ, ଏଂଟୋମୋଲୋଜିଷ୍ଟ ଡଃ. ବସନ ଗୈାଡା, ବ୍ରୀଡର ମହମ୍ମଦ ଆଝାରୁଦ୍ଧିନ, ବ୍ରୀଡର ଅନିଲ କୁମାର ପ୍ରମୁଖ ଯୋଗଦେଇ ସମୟାନୁସାରେ ଚାଷ ପାଇଁ କ୍ଷେତ ପ୍ରସ୍ତୁତ କରିବା, ସଠିକ ସମୟରେ କ୍ଷେତରେ ଚାଷ କରାଯିବା, ଜମିର ମାଟି ଉପଯୋଗୀ ତଥା ଉନ୍ନତମାନର ଅଧିକ ଅମଳକ୍ଷମ ବିହନର ବ୍ୟବହାର, ଗୁଣାତ୍ମକ ବିଡ୍ଥିବା ବିହନର ବ୍ୟବହାର, ଆବଶ୍ୟକ ସମୟରେ ଚାଷଜମିରେ ଜଳସେଚନ କରାଯିବା, ରୋଗପୋକ ନିରାକରଣ ପାଇଁ ଉପଯୁକ୍ତ ଔଷଧର ବ୍ୟବହାର, ସଠିକ ସମୟରେ ଗୁଣାତ୍ମକ ମାନର ଧାନ ବିହନ ଉତ୍ପାଦନ କରାଯିବା, ଉନ୍ନତ ଓ ଅତ୍ୟାଧୁନିକ ପ୍ରଣାଳୀର ବିହନ ସଂରକ୍ଷଣ ପଦ୍ଧତି ପ୍ରଭୃତି ସମ୍ପର୍କରେ ଉପସ୍ଥିତ କୃଷକମାନଙ୍କୁ ସଚେତନ କରାଇବା ସହିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପୂର୍ବତନ ଜିଲ୍ଲା ବିଜୁ କୃଷକ ଜନତାଦଳର ସଭାପତି ସୌମେନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସହଯୋଗରେ ଅନୁଷ୍ଠିତ ଏହି କୃଷକ ପ୍ରଶିକ୍ଷଣ ଶିବିରରେ ଉମାକାନ୍ତ ସାହୁ, ଦାମୋଦର ସାହୁ, ଫକିର ଲେଙ୍କା, ସଂଗ୍ରାମ ଦାସ, ନିରଞ୍ଜନ ସାହୁ, ଅନିଲ ଦାସ, ମାଗୁଣି ମଲ୍ଲିକ, ଶରତ ଚନ୍ଦ୍ର ମଲ୍ଲିକ, ପ୍ରହଲ୍ଲାଦ ରାଉତ, ଗୋଲଖ ପାଳ, ମଦନ ରାଉତ, ଅନନ୍ତ ମହାନ୍ତି, କମଳାକାନ୍ତ ସାହୁ, ସରୋଜ ମହାନ୍ତି, ହେମନ୍ତ ସେଠୀ, ମଦନ ଖୁଂଟିଆ, ପଦନ ସେଠୀ, ଲଛମନ ବେହେରା, ଗୁରୁ ଚରଣ ରାଉତ, ଅକ୍ଷୟ ପ୍ରଧାନ, ଗୋଲଖ ବେହେରା, ପଦନ ବେହେରା, ଜୀତେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ୩ଶହରୁ ଉଦ୍ଧ୍ୱର୍ କୃଷକ କୋଭିଡ କଟକଣା ଅନୁପାଳନ ପୂର୍ବକ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର
Home / କୃଷି / ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଗୁଣାତ୍ମକ ମାନର ଧାନ ବିହନ ଉତ୍ପାଦନ ପାଇଁ ପ୍ରଶିକ୍ଷଣ ଶିବିର