Monday , March 27 2023
Breaking News
Home / ବିଶେଷ / ୩୬ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

୩୬ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଗରଦପୁର,୧୨/୦୩/୨୦୨୧(ଓଡ଼ିଶା ସମାଚାର)-ଭୁବନେଶ୍ୱର କମିଶନରେଟ ପୋଲିସ ୨୨ ବର୍ଷ ପରେ ଏକ ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିବା ଘଟଣା ଚର୍ଚ୍ଚାରେ ଥିଲାବେଳେ ପାଟକୁରା ଥାନା ପୋଲିସ ଏକ ଡ଼କାୟତି ଘଟଣାରେ ୩୬ ବର୍ଷ ଧରି ଫେରାର ଥିବା ଅଭିଯକ୍ତଙ୍କୁ ଗିରଫ କରିଥିବାରୁ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି । ପାଟକୁରା ପୋଲିସ ସୂତ୍ରରୁ ପ୍ରକାଶ ଯେ ୧୯୮୪ ମସିହାରେ ଯାଜପୁର ରୋଡ଼ ଥାନା ଅଂଚଳରେ ଏକ ଡ଼କାୟତି ଘଟଣା ଘଟିଥିଲା । ଏହି ଡ଼କାୟତି ଦଳ ମଧ୍ୟରେ ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ଗ୍ରାମପଂଚାୟତ ଅନ୍ତର୍ଗତ ଭଦିଳୋ ଗ୍ରାମର  ଗୋବିନ୍ଦ ଜେନାଙ୍କ ପୁଅ ଅକ୍ଷୟ ଜେନା (୫୪) ଙ୍କର ସମ୍ପୃକ୍ତି ଥିଲା । ଅକ୍ଷୟଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେତେବେଳେ ସେ ଏହି ଡ଼କାୟତି ଘଟଣାରେ ସମ୍ପୃକ୍ତ ଥିଲେ । ଜେଏମ ଏଫସି ଯାଜପୁର ରୋଡ଼ରେ ଏହି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଥିଲା । ଜିଆର କେଶ ନ- ୩୫୦/୮୪ , ୪୫୭, ୩୯୫, ୩୪ ଧାରାରେ ମାମଲା ରୁଜୁ ହୋଇଥିଲା । ସେବେ ଠାରୁ ଅକ୍ଷୟ ଫେରାର ଥିଲେ । ତାଙ୍କ ନାମରେ ୱାରେଂଟ ଇସୁ କରାଯାଇ ତାଙ୍କୁ ଗିରଫ କରିବା ପାଇଁ ସେବେଠାରୁ ପାଟକୁରା ଥାକାନୁ ନିର୍ଦ୍ଧେଶ ଦିଆଯାଇଥିଲା । ପୋଲିସ ଖୋଜ ଖବର ନେଇଥିଲେ ମଧ୍ୟ ୩୬ ବର୍ଷ ଧରି ପୋଲିସ ସହିତ ଲୁଚକାଳି ଖେଳି ସେ ଗିରଫ ହୋଇପାରୁନଥିଲେ । ପୋଲିସ ତାଙ୍କୁ ଗିରଫ କରିବା ପାଇଁ  ଅନେକ ବାର ଉଦ୍ୟମ କରି ବିଫଳ ହୋଇଥିଲା । ଅକ୍ଷୟ ଏବେ ଘରେ ରହୁଥିବା କୌଣସି ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା । ଗତକାଲି ପାଟକୁରା ଥାନା ଆଇଆଇଆଇସି ସୁଜିତ ପ୍ରଧାନ ଙ୍କ ନେତୃତ୍ୱରେ ସବ ଇନ୍ସିପେକ୍ଟର ଜ୍ୟୋତିରଂଜନ ମହାନ୍ତି ଓ ଭାଗ୍ୟଲକ୍ଷ୍ମୀ ଦାସ ସଦଳବଳେ ପହଂଚି ଅଭିଯୁକ୍ତ ଅକ୍ଷୟଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ । ପୋଲିସ ତରଫରୁ ଅକ୍ଷୟଙ୍କୁ କୋର୍ଟ ରେ ହାଜର କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.