Tuesday , March 28 2023
Breaking News
Home / ବିଶେଷ / ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ

କେନ୍ଦ୍ରାପଡା, ୧୨/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କପାଳେଶ୍ୱରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ସିଓନି ଆୟୁରବେଦିକ୍ ମିଳିତ ଆନୁକୁଲ୍ୟରେ କେଶପୁର ବଜାର କେନାଲ ରୋଡରେ ମହାଶିବରାତ୍ରୀ ଅବସରରେ ଏକ ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଜଳଛତ୍ର ଦ୍ୱାରା ସେହି ରାସ୍ତା ଦେଇ ଯାତାୟତ କରୁଥିବା ସାଧାରଣ ଲୋକ ଓ ଯାତ୍ରୀମାନେ  ପାନୀୟ ଜଳର   ସୁବିଧା ପାଇରିବେ   ବୋଲି ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତି ସୂଚନା ଦେଇଛନ୍ତି   । ଏହି ଜଳଛତ୍ରଟି ୩ମାସ ପର୍ଯ୍ୟନ୍ତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟକାନ୍ତ ପରିଡା, କେଦାର ସ୍ୱାଇଁ, ରାକେଶ ପଣ୍ଡା, ରାଜେଶ ବାରିକ, ମନୋଜ ମହାରଣା, ସୁରଜ ସ୍ୱାଇଁ, ମଧୁସୁଦନ ରାଉତ  ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.