Monday , March 27 2023
Breaking News
Home / ସ୍ୱାସ୍ଥ୍ୟ / ରୋଗୀ କଲ୍ୟାଣ ସମିତି ବୈଠକ 

ରୋଗୀ କଲ୍ୟାଣ ସମିତି ବୈଠକ 

ରଘୁନାଥପୁର,୧୨/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଜଇପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ଏଥିରେ ରଘୁନାଥପୁର ଜେନା ୨ ଜିଲାପରିଷଦ ସଭ୍ୟା ଡ଼େଜାଲିନ ମହାପାତ୍ର ସଭାପତିତ୍ୱ କରିଥିବାବେଳେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ରଘୁନାଥପୁର ମେଡ଼ିକାଲ ଅଫିସର ସୁକାନ୍ତ କୁମାର ଦଳେଇ, ଡ଼ ଅସିମ ଅନୁପମ ସ୍ୱାଇଁ, ଡ଼ ବିଶ୍ୱକେଶନ ଖୁଂଟିଆ , ବିପିଏମ ରଂଜିତା ସିଂ, ପିଏଚଇଓ ରାନୁ ମହାପାତ୍ର, ଆକାଉଂଟାଂଟ ନିଖିଲ ରଂଜନ ସ୍ୱାଇଁ, ଛପଡ଼ା ସରପଂଚ ବିଜୟ କୁମାର ସ୍ୱାଇଁ, ଡ଼ ସୁରେନ୍ଦ୍ର ନାଥ ମହାପାତ୍ର, ଅନ୍ତର୍ଯ୍ୟାମି ସାମଲ ଉପସ୍ଥିତ ଥିଲେ । ଏହି ବୈଠକରେ ୨୦୨୧- ୨୨ ଆର୍ଥିକ ବର୍ଷର ବ୍ୟୟ ଅଟକଳ ବଜେଟ ପାସ କରାଯାଇଥିଲା । ଏଠାରେ ଥିବା ବିପଦ ପୂର୍ଣ୍ଣ କ୍ୱାର୍ଟର ଗୁଡ଼ିକର ମରାମତି ପାଇଁ ସଭ୍ୟା ଶ୍ରୀମତୀ ମହାପାତ୍ର ବିଡ଼ିଓଙ୍କୁ ଅନୁରୋଡଧ କରିଥିଲେ । ଏଥି ସହିତ ସେ ତାଙ୍କ ଜିଲାପରିଷଦ ଉନ୍ନୟନ ପାଂଠିରୁ ଏକ ହାଇମାକ୍ସ ଲାଇଟ ସହିତ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଶେଷରେ ଫାର୍ମାଶିଷ୍ଟ ରାଜ କିଶୋର ବେହେରା ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.