Tuesday , March 21 2023
Breaking News
Home / ବିଶେଷ / ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରୁ ନବଜାତକ ଶିଶୁ ପୁତ୍ର ଉଦ୍ଧାର

ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରୁ ନବଜାତକ ଶିଶୁ ପୁତ୍ର ଉଦ୍ଧାର

ରଘୁନାଥପୁର, ୧୨/୦୩/୨୦୨୧(ଓଡ଼ିଶା ସମାଚାର)- ଆଜି ଦିନ ପ୍ରାୟ ୨ଟା ସମୟରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରେସିଂରୁମ ପଛପଟରେ ଏକ ନବଜାତକ ଶିଶୁ ପୁତ୍ରକୁ କେହି ଜଣେ ରଖିଦେଇ ପଳାଇ ଥିଲେ । ଶିଶୁ ପୁତ୍ରଟି କାନ୍ଦିବା ଶବ୍ଦ ଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଉକ୍ତ ସ୍ଥାନକୁ ଯାଇ ଶିଶୁ ପୁତ୍ରଟିକୁ ଶୋଇ କାନ୍ଦୁଥିବାର ଦେଖି ତାକୁ ଆଣି ଡାକ୍ତର ସୁକୁମାର ଦାସଙ୍କୁ ଦେଖାଇଥିଲେ । ଡଃ ଦାସ ଏ ସଂପର୍କରେ ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ଜଣାଇଥିଲେ । ବିଡିଓ ଶ୍ରୀ ନାୟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏ ସଂପର୍କରେ ଖବର ଦେଇ ସେଠାରେ ପହଂଚିଥିଲେ । ଜଗତସିଂହପୁର ଶିଶୁ ସୁରକ୍ଷା ଅଧିକାରୀ ନରେଶ ଗୋଚ୍ଛାୟତ, ସୁଶାନ୍ତ କୁମାର ମହାନ୍ତି, ଉଷାରାଣୀ ମିଶ୍ର ଘଟଣା ସ୍ଥଳରେ ପହଂଚି ଉକ୍ତ ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଜଗତସିଂହପୁର ନେଇଛନ୍ତି । ଏହି ଖବର ପାଇ ଜିଲ୍ଲା ପରିଷଦ ସଦସ୍ୟା ଡେଜାଲିନ ମହାପାତ୍ର, ମୋ ଓଡିଶା ପରିବାର ସଂଯୋଜକ ଡଃ ସୁରେନ୍ଦ୍ର ମହାପାତ୍ର ମଧ୍ୟ ସେଠାରେ ପହଂଚିଥିଲେ । ସ୍ଥାନୀୟ ଶହ ଶହ ଲୋକ ଶିଶୁ ପୁତ୍ରଟିକୁ ଦେଖିବାକୁ ଭିଡ ଲଗାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.