Saturday , April 1 2023
Breaking News
Home / ବିଶେଷ / ବର ରୋଷଣୀ ବେଳେ  ଗଣ୍ଡଗୋଳ 

ବର ରୋଷଣୀ ବେଳେ  ଗଣ୍ଡଗୋଳ 

କେନ୍ଦ୍ରାପଡା, ୧୨/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ମାଧପୁରର ଏକ ମଣ୍ଡପରେ ଅନୁଷ୍ଠିତ ବିବାହରେ ଯୋଗଦେବାକୁ  ଏକ ବର ଶୋଭାଯାତ୍ରାରେ ଆସୁଥିବା ବେଳେ ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି  । ସହରର ମୁଖ୍ୟ ରାସ୍ତାରେ ସେହି   ବରଯାତ୍ରୀ ଦଳ ଗତ ବୁଧବାର ରାତିରେ ଯାଉଥିବା ବେଳେ  ରାତି ୧୦ଟା ବାଜିଯିବାରୁ ମାଇକ ବନ୍ଦ କରିବାକୁ  ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ବରଯାତ୍ରୀ ଦଳକୁ  ତାଗିଦ କରିଦେଇଥିଲେ । ଫଳରେ ମାଇକ ଓ ବାଜା ବନ୍ଦ ହୋଇଯିବାରୁ  ବରଯାତ୍ରୀଙ୍କ ମଧ୍ୟରେ ନିଶାଶକ୍ତ ଅବସ୍ଥାରେ ଥିବା କିଛି ଯୁବକ  ପ୍ରଥମେ  ପାଟିତୁଣ୍ଡ ଓ ପରେ ପରଷ୍ପର ମଧ୍ୟରେ ଗଣ୍ଡଗୋଳ କରିଥିଲେ ଏବଂ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ  ଆରମ୍ଭ କରିଥିଲେ । ଗଣ୍ଡଗୋଲକୁ ନିୟନ୍ତ୍ରଣ କରିବାପାଇଁ  ଟାଉନ ଥାନା ପୋଲିସ ପକ୍ଷରୁ ଉଦ୍ୟମ କରାଯିବା ସହ ଘଟଣାସ୍ଥଳରେ ଟାଉନ ଥାନାର ଭାରପ୍ରାପ୍ତ  ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ,ଏସ.ଆଇ. ସୈାମ୍ୟରଞ୍ଜନ ଜାଲି,  କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଁଚି   ଘଟଣାର ଅନୁଧ୍ୟାନ କରିବା ପରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସେଠାରେ ମୃତୟନ କରାଯାଇଥିଲା । ଏହି ଗଣ୍ଡଗୋଳରେ ଚାଟରାପାଟଣା ଗ୍ରାମର ଜନୈକ ଯୁବକ ଆହତ ହୋଇଥିବା ସୂଚନା ମିଳିଛି ।  ତେବେ ଟାଉନ ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଶ୍ରୀ  ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.