Tuesday , March 28 2023
Breaking News
Home / ବିଶେଷ / ପଂଚାୟତିରାଜ ପ୍ରତିନିଧି ଓ ଗୋଷ୍ଠି ଭିତିକ ପ୍ରଶିକ୍ଷଣ ଶିବିର ଉଦଯାପିତ  

ପଂଚାୟତିରାଜ ପ୍ରତିନିଧି ଓ ଗୋଷ୍ଠି ଭିତିକ ପ୍ରଶିକ୍ଷଣ ଶିବିର ଉଦଯାପିତ  

ଗରଦପୁର,୧୨/୦୩/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ମଦନାସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ଓଏମଡ଼ିସି କାର୍ଯ୍ୟାଳୟରେ ଗତ ୩ ଦିନ ଧରି ଚାଲୁଥିବା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଡ଼ିଆରଡ଼ିଏ ସହାୟତାରେ ଅନୁଷ୍ଠିତ ଏହି ଶିବିରରେ ଗରଦପୁର ପଂଚାୟତର ୱାର୍ଡ଼ ସଭ୍ୟ ସଭ୍ୟା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟମାନେ ଶିବିରରେ ଯୋଗ ଦେଇଥିଲେ । ଏଥିରେ ଗ୍ରାମ ବିକାଶ ଯୋଜନା ସମ୍ବନ୍ଧିୟ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷକ ନାରାୟଣ ଜେନା ଓ ଶୁଭେନ୍ଦୁ ପ୍ରକାଶ ରାୟ ଯୋଗ ଦେଇ ପଂଚାୟତିରାଜ ବ୍ୟବସ୍ଥା ଗ୍ରାମ ସଭା , ପଲୀ ସଭା , ସ୍ୱୟଂ ସହାୟକ ଗୋଷ୍ଠିର ଗଠନ ଓ ଭୂମିକା ,  ଆଂଚଳିକ ମଂଚ ଗଠନ, ଦକ୍ଷ ନଥିପତ୍ର ଲେଖିକା , କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର , ସମାଜିକ ସୁରକ୍ଷା ଯୋଜନା ଏବଂ ସର୍ବୋପରି ଗ୍ରାମାଂଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶରେ ଗ୍ରାମ ପଂଚାୟତ ମହିଳା ଗୋଷ୍ଠି ମାନଙ୍କର ଭୂମିକା ବିଷୟରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ପରିଶେଷରେ କୁଇଜ ପ୍ରତିଯୋଗୀତା କରାଯାଇ ପ୍ରଶିକ୍ଷାଥି ମାନଙ୍କ ମଧ୍ୟରୁ ୧ମ, ୨ୟ ଓ ୩ୟ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା । ଏଥି ସହିତ ପ୍ରଶିକ୍ଷାର୍ଥି ମାନଙ୍କୁ ୩ ଦିନ ପାଇଁ ସେମାନଙ୍କର ଭତା ପ୍ରଦାନ କରାଯାଇଥିଲା । ରୋଟାରିଆନ ମନ୍ମଥ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.