Monday , March 20 2023
Breaking News
Home / ବିଶେଷ / ନିରାକାରପୁର ଓ ଆଖପାଖ ଶୈବପୀଠରେ ମହାଶିବରାତ୍ରୀ ଅନୁଷ୍ଠିତ

ନିରାକାରପୁର ଓ ଆଖପାଖ ଶୈବପୀଠରେ ମହାଶିବରାତ୍ରୀ ଅନୁଷ୍ଠିତ

ନିରାକାରପୁର, ୧୨/୦୩/୨୦୨୧(ଓଡ଼ିଶା ସମାଚାର)- ଜାଗର ତଥା ମହାଶିବରାତ୍ରୀ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାଆଖ ଅଂଚଳର ଶୈବପୀଠଗୁଡ଼ିକରେ କିଛିଟା ଗହଳି ଦେଖିବାକୁ ମିଳିଥିଲା । ସରକାର କୋଭିଡ଼ କଟକଣା ଲଗାଇଥିଲେ ମଧ୍ୟ ଉପବାସ କରିଥିବା ଭକ୍ତମାନେ ନ ମାନି ମନ୍ଦିରକୁ ଆସି ଠାକୁରଙ୍କ ପୂଜାଅର୍ଚ୍ଚନା କରିଥିଲେ । ସକାଳୁ ପୁରୁଷ,ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ଭୋଗରାଗ ଧରି ମନ୍ଦିରରେ ଠାକୁର ମନ୍ଦିରରେ ଭିଡ଼ ଜମାଇଥିବାବେଳେ ସନ୍ଧ୍ୟାରେ ମଧ୍ୟ ମହାଦୀପ ଉଠିବା ପର୍ଯ୍ୟନ୍ତ କିଛି ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରି ଉପବାସ କରିଥିବା ଭକ୍ତମାନେ ବସିଥିବାବେଳେ କିଛି ସ୍ଥାନରେ ଭକ୍ତମାନେ କେବଳ ଦୀପଟିକୁ ଲଗାଇ ମନ୍ଦିରରେ ଠାକୁରଙ୍କ ଆର୍ଶିବାଦ ଭିକ୍ଷା କରି ଘରକୁ ଫେରିଯାଉଥିବାର ଦେଖିବାକୁ ମିଳିଥିଲା । ନିରାକାରପୁର ବାବା ନୀଳକଣ୍ଠେଶ୍ୱର ଦେବ, ଡ଼ିଆ ବାବା କପିଳେଶ୍ୱର ଦେବ, ଲେଣ୍ଡୁ ସିଦ୍ଧେଶ୍ୱର ଦେବ, ପାଣ୍ଡବପାଟଣା ନୀଳକଣ୍ଠେଶ୍ୱର ଦେବ, ନିରାକାରପୁର ରାମମନ୍ଦିରସ୍ଥିତ ବାବା ଚନ୍ଦ୍ରଶେଖର ଦେବ, ରମାବିଲି ବାବା ନୀଳକଣ୍ଠେଶ୍ୱର ଦେବ, ସିକୋ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖର ଦେବଙ୍କ ସମେତ ବିଭିନ୍ନ ଅଂଚଳର ଶୈବପୀଠରେ ସରକାରଙ୍କ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ମହାଶିବରାତ୍ରୀ ପାଳନ କରାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.