Tuesday , March 21 2023
Breaking News
Home / ବିଶେଷ / ଜିଲ୍ଲାର ନୂତନ ଭୋଟର ମାନେ ଇ-ଇପିକ ମାଧ୍ୟମରେ ଭୋଟ ପରିଚୟ ପତ୍ର ପାଇବେ

ଜିଲ୍ଲାର ନୂତନ ଭୋଟର ମାନେ ଇ-ଇପିକ ମାଧ୍ୟମରେ ଭୋଟ ପରିଚୟ ପତ୍ର ପାଇବେ

କେନ୍ଦ୍ରାପଡା, ୧୨/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ନୂତନ ଭୋଟରମାନଙ୍କ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲାରେ ନୂତନ ଭୋଟର ମାନେ ଇ-ଇପିକ୍ ମାଧ୍ୟମରେ ନିଜେ ଭୋଟର କାର୍ଡ ପାଇଁ ଅନଲାଇନରେ ଆବେଦନ କରିବା  ପରେ ଡାଉନଲୋଡ କରି ଇ-ଇପିକ କାର୍ଡ ବ୍ୟବହାର କରିପାରିବେ ବୋଲି ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଏ ସମ୍ପର୍କରେ  ଏକ କର୍ମଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ  ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଉପ ଜିଲ୍ଲ୍ାପାଳ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଡେପୁଟି କଲେକ୍ଟର(ନିର୍ବାଚନ) ସମ୍ବିତ୍ ଶତପଥୀ, ଜିଲ୍ଲାର ସମସ୍ତ ବ୍ଲକର ବିଡିଓ, ଜିପିଇଓ, ବିଏଲଓ ଓ ସୁପରଭାଇଜରଙ୍କ ସମେତ କେନ୍ଦ୍ରାପଡା ପୌରସଂସ୍ଥା ଓ  କେନ୍ଦ୍ରାପଡା ବ୍ଲକର ପ୍ରତ୍ୟେକ ୫ଜଣ କରି କର୍ମଚାରୀ ଏହି କର୍ମଶାଳାରେ ଯୋଗଦେଇଥିଲେ । ଏହି କର୍ମଚାରୀମାନେ ଘରକୁ ଘର ବୁଲି ନୂତନ ଭୋଟର ମାନଙ୍କୁ (ଇ-ଇପିକ) ଆବେଦନ କରିବା ସହ ଡାଉନଲୋଡ କରିବା ସମ୍ପର୍କରେ ପ୍ରଶିକ୍ଷଣ ଦେବେ ବୋଲି ସୂଚନା ମିଳିଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.