ଗରଦପୁର,୧୨/୦୩/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଟକୁରା କହ୍ନେଇଲାଲ ଜୀଉ ମନ୍ଦିର ନିକଟସ୍ଥ ମହତାବ ଙ୍କ ପ୍ରତିମୂର୍ତିୀ ନିକଟରେ ଜନ ଶକ୍ତି ପାର୍ଟି ତରଫରୁ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପାର୍ଟିର ରାଜ୍ୟ ସଭାପତି ଆଇନଜିବୀ ପ୍ରଦୀପ ଦାଶ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ କେନ୍ଦ୍ରାପଡ଼ା ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା , ନୂତନ ମେଡ଼ିକାଲ ପ୍ରତିଷ୍ଠା ଆଦି ଦାବି କରାଯାଇଥିଲା । ଏଥିରେ ସର୍ବଶ୍ରୀ ସୁବାସ ଚନ୍ଦ୍ର ଖୁଂଟିଆ, ତି୍ରଲୋଚନ ନନ୍ଦ. ପ୍ରହଲାଦ ମାହାଳି, ଶିଶିର ପରିଡ଼ା, ଅରକ୍ଷିତ ବାରିକ,ସୂର୍ଯ୍ୟମଣି ପଣ୍ଡା,କ୍ଷେତ୍ରବାସୀ ସାହୁ,ସମାଜସେବୀ ଅରୁଣ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର