Monday , March 20 2023
Breaking News
Home / ବିଶେଷ / ସାଲେପୁର ର ପ୍ରସିଦ୍ଧ ଶୈବପୀଠ ବିଶେଶ୍ୱର ରେ କଟକଣା ମଧ୍ୟରେ ପୂଜାର୍ଚ୍ଚନା

ସାଲେପୁର ର ପ୍ରସିଦ୍ଧ ଶୈବପୀଠ ବିଶେଶ୍ୱର ରେ କଟକଣା ମଧ୍ୟରେ ପୂଜାର୍ଚ୍ଚନା

ସାଲେପୁର,୧୧/୦୩/୨୦୨୧(ଓଡିଶା ସମାଚାର / ଅଭୟ ଜେନା): କଟକ ଜିଲ୍ଲାର ସାଲେପୁର ଅଞ୍ଚଳ ର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀବିଶେଶ୍ୱର ମହାଦେବଙ୍କ ପୀଠ ରେ ପୂଜା ଉପାସନା ପାଇଁ ଶ୍ରଦ୍ଧାଳୁ  ମାନଙ୍କୁ  ଦେଖିବାକୁ ମିଳିଛି ।  ଏହି ମହାଦେବଙ୍କ ପୀଠରେ କୋଭିଡ କଟକଣା ପାଳନ ପୂର୍ବକ ଯଥା ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଶ୍ରଦ୍ଧାଳୁ  ମାନେ ନିଜର ମନୋବାଞ୍ଛା ପୂର୍ଣପାଇଁ ନିଷ୍ଠାର ସହ ମହାଦେବଙ୍କ ପୂଜା କରୁଥିବା ଦେଖିବାକୁ ମିଳିଛି । କଥିତଅଛି ଯେ ଆଜିର ଦିନରେ ନିଷ୍ଠା ଓ ଭକ୍ତିର ସହ ପୂଜାଉପାସନା କଲେ ନିଜର  ମନୋବାଞ୍ଛାପୂର୍ଣ ହୁଏ  । ଆଜି ରାତ୍ରିସମୟ ରେ ମହାଦୀପ ଉଠିବ ବୋଲି ଜଣାପଡିଛି । ଓଡିଶା ସମାଚାର

Leave a Reply

Your email address will not be published.