Monday , March 27 2023
Breaking News
Home / ବିଶେଷ / ଶିଶୁଆ-କଳମିଶ୍ରୀ ପ୍ରଧାନମନ୍ତ୍ରୀ ସଡ଼କ ଅତ୍ୟନ୍ତ ଶୋଚନୀୟ,  ପୁନଃ ନିର୍ମାଣଦାବି

ଶିଶୁଆ-କଳମିଶ୍ରୀ ପ୍ରଧାନମନ୍ତ୍ରୀ ସଡ଼କ ଅତ୍ୟନ୍ତ ଶୋଚନୀୟ,  ପୁନଃ ନିର୍ମାଣଦାବି

ସାଲେପୁର,୧୧/୦୩/୨୦୨୧(ଓଡିଶା ସମାଚାର /ଅଭୟ ଜେନା )ସାଲେପୁର ବ୍ଲକ ର ଶିଶୁଆ ଠାରୁ ନିଶ୍ଚିନ୍ତକୋଇଲି ବ୍ଲକ ର କଳମିଶ୍ରି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋ ଜନାରେ ନିର୍ମିତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।ଶିଶୁଆ ର କଟକ ଚାନ୍ଦବାଲି ସଡ଼କଠାରୁ ଏହି ରାସ୍ତା ହରିଚନ୍ଦନପୁର ଠାରେ  ଚିତ୍ରୋତ୍ପଳା ସେତୁ ଅତିକ୍ରମ କରି ଚିତ୍ରୋତ୍ପଳା ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ରାସ୍ତା ଭାବେ କଳମିଶ୍ରୀ ଘାଇ ପର୍ଯ୍ୟନ୍ତ ରହିଛି।ଏହି ରାସ୍ତା ସମ୍ପୃକ୍ତ ଦ୍ୱିପାଞ୍ଚଳର ପ୍ରମୁଖରାସ୍ତା ହୋଇଥିବାରୁ ପ୍ରତିଦିନ ହଜାର ହଜାର ଲୋକେ,ଜାନବାହାନ ଆଦି ଯାତାୟତ କରିଥାନ୍ତି  ।ଏହା ନିଶ୍ଚିନ୍ତକୋଇଲି ଗ୍ରାମ୍ୟଉନ୍ନୟନ  ବିଭାଗ ଅଧୀନରେ ରହିଛି।ରାସ୍ତା ର ଦୁରାବସ୍ଥା ଓ ମରାମତି ସଂକ୍ରାନ୍ତରେ ରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ।ଏହି ରାସ୍ତା ରେ ଦଶଚକିଆ ମାଲବୋଝେଇ ଟ୍ରକ,ହାଇୱା ଆଦି ଚଳାଚଳ କରୁଥିବାରୁ ଏହା ଖାଲ ଖମାରେ ପରିପୂର୍ଣ ହୋଇଯାତାୟତ ସମ୍ଭବ ହେଉନାହିଁ। ଏହି ରାସ୍ତା ରେ ଦୈନିକ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ,ଫାୟାରଗାଡି,ସାଧାରଣ ବାଇକ ,ଅଟୋ ଓ ସାଇକେଲ ଚାଳକ ଙ୍କ ପାଇଁ ଦୁର୍ଗମ ହୋଇପଡିଛିଓ ଦୁର୍ଘଟଣା ମାନ ଘଟୁଛି, ଏହି ରାସ୍ତା କୁ ପୁନଃନିର୍ମାଣ କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published.