Thursday , March 23 2023
Home / ବିଶେଷ / ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲରୁ  ହାଇମାସ୍କ ଲାଇଟ ଚୋରି

ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲରୁ  ହାଇମାସ୍କ ଲାଇଟ ଚୋରି

ନିରାକାରପୁର, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅର୍ନ୍ତଗତ କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରୁ ଗତ ସୋମବାର ବିଳମ୍ବିତ ରାତିରେ କେହି ଦୁବୃର୍ତ ଦୁଇଟି ହାଇମାସ୍କ ଲାଇଟ ଚୋରୀ କରି ନେଇଯାଇଥିବା ଅଭିଯୋଗ ହୋଇଛି ।  ସୂଚନାଯୋଗ୍ୟ କି ଉକ୍ତ ବିଦ୍ୟାଳୟରେ ରାତ୍ର ଜଗୁଆଳୀ ସମେତ ଦୁଇ ଜଣ ଶିକ୍ଷକ ରାତିରେ ରହିଥିଲେ ବି  ଚୋର ଅତି ଚତୁରତାର ସହ ଆସି  ବିଦ୍ୟାଳୟର କୋଠାରେ ଚଢି ଜଳୁଥିବା ଅବସ୍ଥାରେ ଦୁଇଟି ହାଇମାସ୍କ ଲାଇଟିକୁ ଚୋରୀ କରି ନେବାରେ ସଫଳ ହୋଇଛି । ଏନେଇ ଏକ ଲିଖିତ ଅଭିଯୋଗ  ବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ସିକୋ ଫାଣ୍ଡି ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.