Saturday , April 1 2023
Breaking News
Home / ବିଶେଷ / ଭାରତୀୟ ମୁଭର୍ସ ଅର୍ଗାନାଇଯେସନ ପକ୍ଷରୁ ପୀୟୂଷ ରଂଜନ ସମ୍ବର୍ଦ୍ଧିତ

ଭାରତୀୟ ମୁଭର୍ସ ଅର୍ଗାନାଇଯେସନ ପକ୍ଷରୁ ପୀୟୂଷ ରଂଜନ ସମ୍ବର୍ଦ୍ଧିତ

 

କଟକ, ୧୧/୦୩/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ବ୍ଲକ ବୟାଳିଶମୌଜା ଉପକଣ୍ଠ କୂଳକଳପଡା ଗ୍ରାମର ସଫଳ ବ୍ୟବସାୟୀ ପୀୟୂଷ ରଂଜନ ପରିଡ଼ାଙ୍କୁ ଭାରତୀୟ ମୁଭର୍ସ ଅର୍ଗାନାଇଯେସନର ଉତ୍ତର ପ୍ରଦେଶ ବୃନ୍ଦାବନ ଠାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କର୍ମଶାଳାରେ ସମ୍ମାନୀତ କରାଯାଇଛି ।ସୂଚନାଯୋଗ୍ୟ ଶ୍ରୀଯୁକ୍ତ ପରିଡା ଦୀର୍ଘ ୧୯ ବର୍ଷ ଧରି ଟ୍ରାନ୍ସଇଣ୍ଟରନେସନାଲ ପ୍ୟାକର୍ସ ଓ ମୁଭର୍ସର ନିର୍ଦେଶକ ଭାବେ କାର୍ଯ୍ୟରତ । ତାଙ୍କ ଦୀର୍ଘ ଦିନ ଧରି ସେବାର ଅନନ୍ୟ ସ୍ୱୀକୃତି ସ୍ବରୂପ  “ଉତ୍କୃଷ୍ଟ ସେଵା ସମ୍ମାନ -୨୦୨୧” ଏବଂ ଏକ୍ସଲେଣ୍ଟ ଆୱାର୍ଡ ଅର୍ଗାନାଇଯେସନର ଅଧ୍ୟକ୍ଷ ନବୀନ ଅଗ୍ରୱାଲ ପ୍ରଦାନ କରିଛନ୍ତି । ସାଧାରଣରେ ପୀୟୂଷ ପରିଡାଙ୍କୁ ଉଚ୍ଚ ପ୍ରସଂଶା କରାଯାଇଛି । ଓଡିଶା ସମାଚାର

Leave a Reply

Your email address will not be published.