Monday , March 27 2023
Breaking News
Home / ରାଜନୀତି / ପାର୍ଲାମେଂଟ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ହେଉ -ବିଶ୍ୱ ମହିଳା ଦିବସରେ କଂଗ୍ରେସର ଦାବି

ପାର୍ଲାମେଂଟ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ହେଉ -ବିଶ୍ୱ ମହିଳା ଦିବସରେ କଂଗ୍ରେସର ଦାବି

କେନ୍ଦ୍ରାପଡା, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ଆନ୍ତର୍ଜାତୀକ ମହିଳା ଦିବସ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ କଜଳା କଂଗ୍ରେସ ଭବନରେ ମହିଳା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା କଂଗ୍ରେସ ସଭାପତି ଅନ୍ନପୂର୍ଣ୍ଣା ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ପାର୍ଲାମେଂଟ ଓ ବିଧାନସଭାରେ ମହିଳା ମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ କରାଯିବା, ପ୍ରତ୍ୟେକ ଜିଲ୍ଲାରେ ନାରୀ ନିର୍ଯ୍ୟାତନା ତଥା ବଳତ୍କାର ମାମଲାର ତୁରନ୍ତ ଫଇସଲା ସହ ମହିଳାମାନଙ୍କୁ ଉଚିତ୍ ନ୍ୟାୟ ଦେବାକୁ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବା ,କେନ୍ଦ୍ରାପଡା ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ତୁରନ୍ତ ପ୍ରତିଷ୍ଠା କରାଯିବା ପ୍ରଭୃତି ୩ଟି ପ୍ରସ୍ତାବ ଗୃହିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମହିଳାଙ୍କୁ ସମ୍ମାନ, ମହିଳାଙ୍କ ସୁରକ୍ଷା ଓ ମହିଳାଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତିକରଣ ଉପରେ ରେଖାପାତ କରିଥିଲେ । ସଂପୂର୍ଣ୍ଣ ନିଶା ନିବାରଣ ଓଡିଶାରେ କାର୍ଯ୍ୟକାରୀ କରିବାକୁ ଶ୍ରୀ ବେହେରା ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତି ମିଶ୍ର, ବାସନ୍ତୀ ସାହୁ, ନିରୁପମା ମହାନ୍ତି, ମିର୍ଣ୍ଣମୟୀ କର, ଅଜିମା ବିବି, ସନ୍ଧ୍ୟାରାଣୀ ରାଉତ,ପ୍ରମିଳା ରାଉତ, ଅନୁପମା ପୁହାଣ, କବିତା ରାଉତ, ଜସମିନ ପରୱିନ, ଅମୀନା ଖାତୁନ, ଗୋଲାବି ବିବି ଙ୍କ ସମେତ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ମୁକ୍ତାର ଖାଁ, ରାଜେଶ ମହାନ୍ତି, ସମ୍ବିତ୍ ଶ୍ରୀଚନ୍ଦନ, ମୀର ମୁର୍ଶିଦ୍ଧ, ରମେଶ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶ୍ୱ ମହିଳା ଦିବସ ଉପଲକ୍ଷେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ସମାଜସେବା ଓ ସାହସିକତା ପାଇଁ ଆଳି କଳସପୁରର ଭବାନୀ ଦାସ ଓ କେନ୍ଦ୍ରାପଡା ଟାଉନ ବଳରାମପୁରର ଛାତ୍ରୀ ତୃପ୍ତିମୟୀ ବଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.