Thursday , May 26 2022
Breaking News
Home / କ୍ରୀଡ଼ା / ଛବିନ୍ଦ୍ର ମେମୋରିଆଲ କି୍ରକେଟ ଟୁର୍ଣ୍ଣାମେଂଟ – ଫାଇନାଲରେ ବ୍ରହ୍ମପୁର କ୍ଲବ

ଛବିନ୍ଦ୍ର ମେମୋରିଆଲ କି୍ରକେଟ ଟୁର୍ଣ୍ଣାମେଂଟ – ଫାଇନାଲରେ ବ୍ରହ୍ମପୁର କ୍ଲବ

ପାରାଦୀପ,୧୧/୦୩/୨୦୨୧(ଓଡ଼ିଶା ସମାଚାର)- ଛବିନ୍ଦ୍ର ମେମୋରିଆଲ ଜିଲ୍ଲାସ୍ତରୀୟ କି୍ରକେଟ ଟ୍ରଫିର ଦ୍ୱିତୀୟ ବାର୍ଷିକ ସଂସ୍କରଣର ଆଜି ପଂଚମ ତଥା ସେମିଫାଇନାଲ ମ୍ୟାଚ ଶେଷ ହୋଇଛି । ପାରାଦୀପ ଏନଏସି ପଡିଆରେ ଚାଲିଥିବା ଏହି ଜିଲ୍ଲାସ୍ତରୀୟ କି୍ରକେଟ ସେମିଫାଇନାଲ ମ୍ୟାଚରେ ବାଲେଶ୍ୱର କି୍ରକେଟ କ୍ଲବ ବ୍ରହ୍ମପୁର କି୍ରକେଟ କ୍ଲବକୁ ଭେଟିଥିଲା । ଟସ ଜିତି ବାଲେଶ୍ୱର କ୍ଲବ ପ୍ରଥମେ ବ୍ୟାଟିଂ କରି ୨୪ଓଭରରେ ୧୨୪ରନ୍ କରି ସମସ୍ତ ୱିକେଟ ହରାଇ ଥିଲା । ଦଳ ପକ୍ଷରୁ ସବ୍ୟସାଚୀ ଆଚାର୍ଯ୍ୟ ସର୍ବାଧିକ ୨୮ବଲରେ ୩୫ରନ୍ କରିଥିଲେ । ବ୍ରହ୍ମପୁର କ୍ଲବର ପି.ସନ୍ତୋଷ ରେଡ୍ଡି ୫ଓଭରରେ ୨୯ରନ୍ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୨୪ରନ୍ ର ପିଛା କରି ବ୍ରହ୍ମପୁର କି୍ରକେଟ କ୍ଲବ ୨୨.୩ଓଭରରେ ୫ୱିକେଟ ହରାଇ ୧୨୭ ରନ୍ କରି ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି । ବ୍ରହ୍ମପୁର କ୍ଲବର ଚନ୍ଦନ ପ୍ରଧାନ ସର୍ବାଧିକ ୫୧ରନ୍ ସଂଗ୍ରହ କରିଥିଲେ । ଆଜିର ଖେଳରେ ବ୍ରହ୍ମପୁରର ପି.ସନ୍ତୋଷ ରେଡ୍ଡିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମ୍ୟାଚରେ ମନୋରଂଜନ ତରାଇ ଓ ରବିନ୍ଦ୍ର ରାଉତ ଖେଳ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

୭ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ ହେବ ହୋଲସେଲ ମାର୍କେଟ

କେନ୍ଦ୍ରାପଡ଼ା, ୨୧/୦୪/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡ଼ା ସହର ଉପକଣ୍ଠ ଜମଧର ଗ୍ରାମପଂଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆର.ଏମ.ସି.) ପରିସରରେ …

Leave a Reply

Your email address will not be published. Required fields are marked *