Tuesday , March 21 2023
Breaking News
Home / କୃଷି / ଚାଷୀଙ୍କ ଠାରୁ ସମସ୍ତ ଧାନ କିଣିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲା କଂଗ୍ରେସ

ଚାଷୀଙ୍କ ଠାରୁ ସମସ୍ତ ଧାନ କିଣିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲା କଂଗ୍ରେସ

କେନ୍ଦ୍ରାପଡା, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ସାକ୍ଷାତ କରି କେନ୍ଦ୍ରାପଡା ଚାଷୀମାନଙ୍କର ଧାନ କିଣା ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ ଜିଲ୍ଲାର ପ୍ରାୟ ୧୧୮ଟି ମଣ୍ଡିରେ ଚାଷୀଙ୍କ ଧାନ କିଣା ହୋଇନପାରି ପଡିରହିଛି । ଦ୍ୱିତୀୟରେ ଶହ ଶହ ଚାଷୀଙ୍କର ଟୋକନ ଅବଧି ଗଡିଯାଇଥିବାରୁ ସେମାନଙ୍କ ଧାନକୁ ମଧ୍ୟ ସରକାର କିଣୁ ନାହାନ୍ତି । ଚାଷୀମାନେ  ନିର୍ଦ୍ଧାରିତ ସମୟରେ ପଞ୍ଜିକରଣ ମୁତାବକ ମଣ୍ଡିରେ ଧାନ ପହଁଚାଇଥିଲେ ମଧ୍ୟ ଟାର୍ଗେଟ ଅଭାବର ଆଳ ଦେଖାଇ ସେମାନଙ୍କ ଧାନ କିଣା ଗଲା ନାହିଁ । ଚାଷୀମାନଙ୍କର କୈାଣସି ଦୋଷ ନଥିଲେ ମଧ୍ୟ ସେମାନଙ୍କ ଠାରୁ ଧାନ କିଣାଯାଇ ନାହିଁ । ଫଳତଃ ସେହି ଚାଷୀମାନେ ଅସହାୟ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଗତ ଫେବୃୟାରୀମାସ ୨୮ତାରିଖରେ ଓଡିଶା ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଘୋଷଣା କରିଥିଲେ ଯେ ଅବଧି ଶେଷ ହୋଇଯାଇଥିବା ଟୋକନଧାରୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ । କିନ୍ତୁ ଦୁର୍ଭାଗ୍ୟକୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ  । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି କାରଣରୁ ବ୍ୟାପକ ଚାଷୀ ଅସନ୍ତୋଷ ସୃଷ୍ଟି ହୋଇଛି । ଏଣୁ ସରକାର ଜିଲ୍ଲାର ଟାର୍ଗେଟ ଆବଶ୍ୟକ ଅନୁସାରେ ବୃଦ୍ଧି କରି ଅପେକ୍ଷାରତ ଚାଷୀମାନଙ୍କ ଠାରୁ ସମସ୍ତ ଧାନ କିଣନ୍ତୁ । ଏଥିସହ  ଶେଷ ହୋଇଯାଇଥିବା ଟୋକନର ଅବଧିକୁ ପୁନର୍ଜିବିତ କରି ସେହି ଧାନ ମଧ୍ୟ କିଣନ୍ତୁ । ଏହି ଦୁଇଟି ଦାବି ଯୁଦ୍ଧକାଳୀନ ଭିିରେ ପୁରଣ କରିବାକୁ ଜିଲ୍ଲା କଂଗ୍ରେସ କମିଟିର ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲା କଂଗ୍ରେସର ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ୍ଲ କୁମାର ଦାସ, ଶରତ ବେହୁରା, ଚିତ୍ରସେନ ପରିଡା, ରାଜେଶ ମହାନ୍ତି, ହିବଜୁର ରହେମାନ, ସତ୍ୟପ୍ରିୟ ସାମଲ, ଫକିର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ସୂର୍ଯ୍ୟ କୁମାର ଦାସ(ଗାନ୍ଧୀ), ବସନ୍ତ ସେଠୀ, ବିଧୁ ଭୂଷଣ ମହାପାତ୍ର, ସୈାମେନ୍ଦ୍ର ପୃଷ୍ଟି, ସମ୍ବିତ ଶ୍ରୀଚନ୍ଦନ, ଅଭିନାଶ ଲେଙ୍କା, ଓସିଉଲ୍ଲା ଖାଁ ପ୍ରମୁଖ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.