ଭୁବନ୧୧/୦୩/୨୦୨୧(ଓଡ଼ିଶା ସମାଚାର)-ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀ ସ୍କୁଲ ପରିସରରେ ଥିବା ସାଇକେଲ ଷ୍ଟାଣ୍ଡରେ ଆତ୍ମହତ୍ୟା ଉଦ୍ୟମ କରି ଡାକ୍ତରଖାନାରେ ଚିକିତ୍ସିତ ହେବା ଘଟଣା ଭୁବନ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ନାନା କଥା ଶୁଣା ଯାଉଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ସୁଲତାନା ବେଗମ ଗତକାଲି ମଧ୍ୟାହ୍ନ ୧୨ ଟାରେ ସ୍କୁଲ ଛୁଟି ହେବା ପରେ ନୂଆବଜାରସ୍ଥିତ ଏକ ଦୋକାନରେ ବସି ପ୍ରଧାନଶିକ୍ଷକ ଙ୍କ ବାରମ୍ବାର ଅପମାନ ଓ ଗାଳି ସହ୍ୟକରିନପାରିିି ସାଇକେଲ ଷ୍ଟାଣ୍ଡରେ ପିନ୍ଧିଥିବା ଓଢଣୀରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ବର୍ଣ୍ଣନା କରିଥିଲେ । ଧିରେଧିରେ ଭିଡ ବଢିବାରୁ ଶିକ୍ଷୟିତ୍ରୀ ଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଶିକ୍ଷୟିତ୍ରୀ ଙ୍କ ଶରୀର ସଂପୂର୍ଣ୍ଣ ସୁସ୍ଥ ଥିଲା ଓ ଆତ୍ମହତ୍ୟା ଉଦ୍ୟମ କଲାଭଳି କୌଣସି ଚିହ୍ନବର୍ଣ୍ଣ ନଥିଲା କିନ୍ତୁ ଶିକ୍ଷୟିତ୍ରୀ ଙ୍କ କହିବା ପରେ ସେ ଥାନାକୁ ରିପୋର୍ଟ କରିଥିଲେ ବୋଲି ଚିକିତ୍ସା କରିଥିବା ଡାକ୍ତର ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏ ସଂପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ସାହୁ ଙ୍କୁ ଯୋଗାଯୋଗ କରିବାରୁ ସେ ଏହି ଘଟଣା ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ତେଣୁ କିଛି କହିପାରିବେ ନାହିଁ ବୋଲି ମତ ଦେଇଥିଲେ । ଗତ ଜାନୁଆରୀ ୧ ତାରିଖରେ ମୁଁ ସ୍କୁଲରେ ପ୍ରଧାନଶିକ୍ଷକ ଭାବେ ଯୋଗଦେବା ପରଠାରୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଟୀ ମୋ ବିରୁଦ୍ଧରେ ଷଡଯନ୍ତ୍ର କରି ମୋତେ ବଦନାମ କରିବାକୁ ଚେଷ୍ଟା ଚଳାଇଛନ୍ତି । ଗତକାଲି ନୁହେଁ ସଂପୃକ୍ତ ଶିକ୍ଷୟିତ୍ରୀ ପ୍ରାୟ ସବୁଦିନ ୧୦ /୧୫ ମିନିଟ ରୁ ଅଧଘଣ୍ଟା ବିଳମ୍ବରେ ସ୍କୁଲକୁ ଆସନ୍ତି । ମୁଁ ଏଥିପାଇଁ ତାଙ୍କୁ ପୂର୍ବରୁ ତାଗିଦ କରିଛି କିନ୍ତୁ ଗତକାଲି ସଂପୃକ୍ତ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସଂପୂର୍ଣ୍ଣ ମିଥ୍ୟା,ମନଗଢା ଓ ମୋତେ ବଦନାମ କରିବାକୁ ପ୍ରାୟୋଜିତ ଷଡଯନ୍ତ୍ର ବୋଲି ପ୍ରଧାନଶିକ୍ଷକ ନାରାୟଣ ରଣା ମତବ୍ୟକ୍ତ କରିଛନ୍ତି । ଏନେଇ ଭୁବନ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ହିନ୍ଦୀ ଶିକ୍ଷୟିତ୍ରୀ ସୁଲତାନା ବେଗମ ନିୟମିତ ଭାବେ ଏଠାରୁ ୧୫୦ କିମି ଦୂର ଯାଜପୁର ଟାଉନ ରୁ ଯିବା ଆସିବା କରୁଛନ୍ତି ଓ ସେଠାରେ ତାଙ୍କ ମା ଏବଂ ଏକମାତ୍ର ନାବାଳିକା ଝିଅ ରହୁଥିବା ଦର୍ଶାଇ ସେ ବାରମ୍ବାର କଟକ ଜିଲ୍ଲାକୁ ବଦଳି ହୋଇ ଯିବାକୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ଗଣଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଧେଶକ ଚିଠି ନଂ-୫୧୯ ତା ୭.୧.୨୦୨୧ ରେ ଅତିରିକ୍ତ ସଚିବ ଙ୍କୁ ବଦଳି ପାଇଁ ସୁପାରିଶ କରିଥିଲେ ମଧ୍ୟ ଆଜିଯାଏ ବଦଳି ହୋଇନଥିବାରୁ ସଂପୃକ୍ତ ଶିକ୍ଷୟିତ୍ରୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରୁଥିବା ଚିଠି ଓ କାକୁତିମିନତି ହୋଇ ତାଙ୍କ ସମସ୍ୟା କହୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ହଟଚମଟ ସୃଷ୍ଟି କରୁଛନ୍ତି । ଓଡ଼ିଶା ସମାଚାର