Monday , March 27 2023
Breaking News
Home / ରାଜନୀତି / ଗରାପୁର ଗାନ୍ଧିଜୀଙ୍କ ପ୍ରତିମୂର୍ତିତଳେ ଜନଶକ୍ତି ପାର୍ଟିର ଧାରଣା

ଗରାପୁର ଗାନ୍ଧିଜୀଙ୍କ ପ୍ରତିମୂର୍ତିତଳେ ଜନଶକ୍ତି ପାର୍ଟିର ଧାରଣା

କେନ୍ଦ୍ରାପଡା, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ଗରାପୁର ଡାକବଙ୍ଗଳା ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତୀ ତଳେ ଜନଶକ୍ତି ପାର୍ଟି ପକ୍ଷରୁ ୪ଘଂଟା ଧରି ଧାରଣା ଦିଆଯାଇଛି । ବିଜୁବାବୁଙ୍କ କର୍ମଭୁମି ହସ୍ତ ମୁଦି ମାହାଲ କେନ୍ଦ୍ରାପଡା ଜିଲ୍ଲା ଆଜି ବହୁ ଅବହେଳିତ । ବିଶେଷ କରି ବିଜୁ ଜନତା ଦଳ ଗଠନ ହୋଇ ବିଜୁବାବୁଙ୍କ ସୁପୁତ୍ର ରାଜ୍ୟ ଶାସନ ଭାର ନେଇଛନ୍ତି । ଏଥି ସହିତ ୫୦ ବର୍ଷ ଧରି ଏହି ସ୍ଥାନରୁ ତାଙ୍କ ମନୋନୀତ ପାର୍ଥୀ ପାର୍ଲାମେଂଟରେ ଜିତି ଆସୁଛନ୍ତି । ମାତ୍ର କେନ୍ଦ୍ରାପଡାରେ ଦୀର୍ଘଦିନର ଦାବି ମେଡିକାଲ କଲେଜର ସ୍ୱପ୍ନ ସାକାର ହୋଇପାରିନାହିଁ । ଅତିତରେ ଜିଲ୍ଲାର ସମସ୍ତ ବିଧାୟକ ଜିିତି ମନ୍ତ୍ରୀପଡାର ଆଖ୍ୟା ପାଇଥିବା କେନ୍ଦ୍ରାପଡାର ୧୫ ଲକ୍ଷ ଲୋକ ଆଜି ଭୁଷୁଡି ପଡିଥିବା ସ୍ୱାସ୍ଥ୍ୟ ସେବାର ଶିକାର ହେଉଥିବା ବେଳେ ମେଡିକାଲରେ ଭଲ ଡାକ୍ତର ଟିଏ ନାହାଁନ୍ତି । ଭେଷଜ ବିଶେଷଜ୍ଞ ଠାରୁ ଆରମ୍ଭ କରି ଅସ୍ତିଶଲ୍ୟ ବିଶେଷଜ୍ଞ ପ୍ରଭୃତି ନଥିବା ବେଳେ ଖୁବ୍ କମ ସଂଖ୍ୟକ ଡାକ୍ତର ଥାଇ ଥଣ୍ଡା ଜ୍ୱର ହେଲେ କଟକ ମେଡିକାଲକୁ ରୋଗୀଙ୍କୁ ରେଫର କରାଯାଉଛି । ତେଣୁ ଏସବୁର ପ୍ରତିବାଦରେ ଅନୁଷ୍ଠିତ ଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ ଦାଶ, ସେକ ଆସିକୁଦ୍ଧିନ, ମିର ଅମିରୁଦ୍ଧିନ, ଯୁବ ସମାଜସେବୀ ଦୁଷ୍ମନ୍ତ ଦାସ, ସୂଯ୍ୟମଣି ପଣ୍ଡା, ଶ୍ରମିକ ସଭାପତି ରମେଶ ଥାଟୋଇ, କ୍ଷେତ୍ରବାସୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.