ଓଭର ହେଡ୍ ଟାଙ୍କି ନିର୍ମଣ ହୋଇଛି – ପାଇପି ମଧ୍ୟ ବିଛା ହୋଇଛି
ନିରାକାରପୁର, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ସରକାର ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ପାଇଁ ବସୁଧା ଯୋଜନାରେ ପ୍ରତି ପଂଚାୟତରେ ଲକ୍ଷ୍ୟଲକ୍ଷ୍ୟ ଟଙ୍କା ପାଣି ଭଳି ଖର୍ଚ୍ଚ କରି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି ।ବିଭାଗୀୟ ଅଧିକାରୀ ଠିକାଦାରଙ୍କ ଅସାଧୁ ମେଂଟ ଯୋଗୁଁ କେତକ ପାନୀୟ ଜଳ ପ୍ରକଳ୍ପ ଅଧପାନ୍ତରିଆ ଅବସ୍ଥାରେ ପଡିରହିଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଟାଙ୍ଗି ବ୍ଲକ ଛଣଗିରି ଗ୍ରାମପଂଚାୟତ ଅଧିନସ୍ଥ ରମାବିଲ ଗ୍ରାମରେ । ଉକ୍ତ ଗ୍ରାମ ତିନୋଟି ୱାର୍ଡକୁ ନେଇ ଗଠିତ । ଗ୍ରାମର ଲୋକସଂଖ୍ୟା୧୫୦୦ଶହରୁ ଅର୍ଦ୍ଧା ।ଗ୍ରାମଚାସୀ ମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଅଧକୋଟିରରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଓଭର ହେଡ ଟାଙ୍କି ନିର୍ମାଣ କରାଯାଇଛି । ହେଲେ ବିଭାଗୀୟ କର୍ମଚାରୀଙ୍କ ଟାଳଟୁଳ ନୀତି ଯୋଗୁଁ ନିର୍ମାଣ ଶେଷହେବାର ଦେଢବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହି ପାନୀୟଜଳ ପ୍ରକଳ୍ପ ଅଦ୍ୟାବିଧି କାର୍ଯ୍ୟକ୍ଷମ ହୋଇପାରୁନାହିଁ ।ଫଳରେ ଆଜି ପର୍ଯ୍ୟନ୍ତ ଲୋକମାନେ ପାନୀୟ ଜଳ ପାଇପାରୁନାହାନ୍ତି । ପ୍ରତ୍ୟେକ ସାହିରେ ନିମ୍ନ ମାନର ପାଇପି ବିଛା ଯାଇଥିବାରୁ ପାଇପି ଗୁଡିକ ଭାଙ୍ଗିରୁଜି ଗଲାଣି । ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନରେ ପାଦ ପକାଉନାହାନ୍ତି । ଫଳରେ ଠିକାରଦାର ମନଇଛା ନିମ୍ନ ମାନର ପାଇପ୍ ବିଛାଇ କାର୍ଯ୍ୟ କରିଚାଲିଛି । ସୁଚନାଯୋଗ୍ୟ ୨୦୧୮ ମସିହା ସେପ୍ଟେମ୍ବର ମାସ ୯ତାରିଖରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଓଭର ହେଡ ଟାଙ୍କି ନିମନ୍ତେ ଭିତିିପ୍ରସ୍ତର ସ୍ଥାପନ କରାଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସମୟକ୍ରମେ ବୋରିଂ ସହ ଓଭରହେଡ୍ ଟାଙ୍କିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ପ୍ରତି ସାହିକୁ ଜଳଯୋଗାଣ ନିମନ୍ତେ ଲକ୍ଷ୍ୟଲକ୍ଷ୍ୟ ଟଙ୍କାର ପାଇପ୍ ମଧ୍ୟ ମାଟିତଳେ ପୋତା ଯାଇଥିଲା । ହେଲେ ପାଇପ୍ ଗୁଡିକ ମାଟିତଳେ ଖତ ଖାଉଥିବା ବେଳେ ଗ୍ରାମବାସୀ ମାନଙ୍କୁ ଏପର୍ଯ୍ୟନ୍ତ ପାଣି ମୁନ୍ଦେ ମିଳୁନାହିଁ ।ଏ ଦିଗରେ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …